କେନ୍ଦ୍ରାପଡ଼ା, ୦୨/୦୨/୨୦୨୪ (ଓଡ଼ିଶା ସମାଚାର)- ନିର୍ବାଚନ ବର୍ଷ ହେଇଥିଲେ ବି ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଆଗତ ଅନ୍ତରୀଣ ବଜେଟ ୨୦୨୪-୨୫ରେ କୃଷି, ଗ୍ରାମୀଣ ବିକାଶ, ଖାଦ୍ୟ ସୁରକ୍ଷା, ମନରେଗା ଏବଂ ଗ୍ରାମୀଣ ଋଣ ପ୍ରଦାନ କ୍ଷେତ୍ର ପାଇଁ ଅନୁଦାନ ଅତ୍ୟନ୍ତ ନୈରାଶ୍ୟ ଜନକ । ପ୍ରଧାନମନ୍ତ୍ରୀ କୃଷକ ସମ୍ପଦ ଯୋଜନା, ମଣ୍ଡିକୁ ଜାତୀୟ ଡିଜିଟାଲ ବଜାର ସହିତ ସଂଯୋଗ, ଦୁଗ୍ଧ ଚାଷୀଙ୍କୁ ପ୍ରୋତ୍ସାହନ ପାଇଁ ଘୋଷଣା, ପିଏମ କିଷାନ ଯୋଜନା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଇତ୍ୟାଦି ପାଇଁ ହୋଇଥିବା ଅର୍ଥ ଅନୁଦାନକୁ ହିସାବ କଲେ ଆବଶ୍ୟକତା ଅନୁଯାଇ ଏହି ସବୁ ଘୋଷଣା ଫମ୍ପା ଆବାଜ ବୋଲି ଓଡିଶା କୃଷକ ସଭା ଦାବି କରିଛି । କୃଷି ଏବଂ ତତ୍ ସମ୍ପର୍କୀୟ କ୍ଷେତ୍ରଗୁଡିକୁ ୨୦୨୩-୨୪ ରିଭାଇଜଡ଼ ବଜେଟ ଠାରୁ ୬%କାମ ରହିଛି ଏବଂ ୨୦୨୨-୨୪ ଠାରୁ ୨୨.୩% ଅନୁଦାନ କମିଛି । ଦୁଗ୍ଧ ଏବଂ ପଶୁ ସଂପଦ ବିକାଶ ପାଇଁ ୨୦୨୨-୨୩ ପ୍ରକୃତ ଖର୍ଚ୍ଚକୁ ତୁଳନା କଲେ ୨୬% ଅନୁଦାନ କମିଛି । ୨୦୨୪-୨୫ର ରିଭାଇଜଡ଼ ବଜେଟକୁ ହିସବକୁ ନେଲେ ୧୪% ଅନୁଦାନ କମିଯାଇଛି । ମୃତିକା ସଂରକ୍ଷଣ ପାଇଁ ୨୦୨୩-୨୪ ରିଭାଇଜ୍ଡ଼ ବଜେଟକୁ ହିସାବ କଲେ ୭.୭% ଅନୁଦାନ କମିଛି । ଖାଦ୍ୟ ସଂରକ୍ଷଣ ଓ ଭଣ୍ଡାରଣ ପାଇଁ ୨୦୨୨-୨୩ର ପ୍ରକୃତ ଖର୍ଚ୍ଚକୁ ହିସାବ କଲେ ୨୪% ଅନୁଦାନ କମିଛି । ସମବାୟ କ୍ଷେତ୍ରରେ ୨୦୨୨-୨୩ର ପ୍ରକୃତ ଖର୍ଚ୍ଚ ଠାରୁ ୩୫% ଅନୁଦାନ କମା ଯାଇଛି । ଗ୍ରାମୀଣ ବିକାଶ କ୍ଷେତ୍ରରେ ସାମଗ୍ରିକ ଭାବେ ୫% ଅନୁଦାନ କମିଛି । ବନ୍ୟା ନିୟନ୍ତ୍ରଣ ଏବଂ ଜଳ ନିଷ୍କାସନ ପାଇଁ ମାତ୍ର ୨୧ଲକ୍ଷ ଟଙ୍କା ଅନୁଦାନ ଦିଆ ଯାଇଛି । ୯୯% ଅର୍ଥ ଅନୁଦାନ କମାଯାଇଛି । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଂଟି ଯୋଜନାରେ କୌଣସି ଅନୁଦାନ ବୃଦ୍ଧି ହୋଇନାହିଁ । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ୨୦୨୩-୨୪ର ରିଭାଇଜଡ଼ ବଜେଟକୁ ହିସାବ କଲେ ୫୬% ଅନୁଦାନ କମିଛି । ୨୦୨୩-୨୪ ରିଭାଇଜଡ଼ ବଜେଟକୁ ହିସାବକୁ ନେଲେ ଖାଦ୍ୟ ନିରାପତାରେ ୩.୩%, ସାରରେ ୧୩.୨% ,ଏଲ ପି ଜିରେ ୨.୬%, ଅନ୍ୟାନ୍ୟ ରିହାତିରେ ୩% ଅନୁଦାନ କମା ଯାଇଛି । ମୋଟାମୋଟି ଭାବେ ଏମ୍ ଏସ ସ୍ୱାମୀନାଥନ କମିଶନ ସୁପାରିଶ ଅନୁଯାୟୀ ୨+୫୦% ସୂତ୍ର ଅନୁଯାୟୀ ସବୁ କୃଷିଜାତ ଦ୍ରବ୍ୟର ଏମ୍ ଏସ ପି ପ୍ରଦାନ ପାଇଁ ଆଇନ ଗତ ଗ୍ୟାରେଂଟି ଏବଂ ଫସଲ ସଂଗ୍ରହ ପାଇଁ ଆବଶ୍ୟକ ଅର୍ଥ ଅନୁଦାନ କ୍ଷେତ୍ରରେ ବଜେଟ ସମ୍ପୂର୍ଣ ନିରବ ରହିଛି । କୃଷକର ଆୟ ବୃଦ୍ଧି, ଚାଷୀ ଆତ୍ମହତ୍ୟା ରୋକିବା ପାଇଁ ଗରିବ ଏବଂ ମଧ୍ୟମ ଚାଷୀଙ୍କ ଋଣ ଛାଡ, ଗ୍ରାମୀଣ ରୋଜଗାର ପାଇଁ ମନରେଗା ଯୋଜନାରେ ଅନୁଦାନ ବୃଦ୍ଧି କ୍ଷେତ୍ରରେ କେନ୍ଦ୍ର ବଜେଟ ଚାଷୀ, ଗ୍ରାମୀଣ ଶ୍ରମିକ ଏବଂ ବେକାର ଯୁବକ ଯୁବତୀମାନଙ୍କୁ ହତାଶ କରିଛି । କ୍ରମାଗତ ଭାବେ କୃଷି କୃଷକ, ଗ୍ରାମୀଣ କ୍ଷେତ୍ର ପ୍ରତି ସରକାର ବଜେଟ କମାଇବାର ନୈରାଶ୍ୟଜନଙ୍କ ଚିତ୍ର ଦେଖିବାକୁ ମିଳିଛି । ୨୦୧୪ ଏବଂ ୧୯ ନିର୍ବାଚନରେ ନରେନ୍ଦ୍ର ମୋଦି ଦେଶର ଅନ୍ନଦାତା କୃଷକମାନଙ୍କୁ ଦେଇଥିବା କୌଣସି ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କଲେନାହିଁ । ଚାଷୀର ଆୟ ଦୁଇଗୁଣା କରିବା, ଋଣ ଛାଡ କରିବା, ଏମ୍ ଏସ ପି ଲାଗୁ କରିବା ପ୍ରତିଶ୍ରୁତିକୁ ସେ ଏଡେଇ ଯାଇଛନ୍ତି । ବରଂ ନେସନାଲ କ୍ରାଇମ ରେକର୍ଡ ବ୍ୟୁରୋ ର ତଥ୍ୟ ଅନୁଯାୟୀ ୨୦୧୪-୨୩ ମଧ୍ୟରେ ୧୦୦୪,୭୪ କୃଷକ ଆତ୍ମହତ୍ୟା କରିଛନ୍ତି । ବୃହତ ଶିଳ୍ପପତି ମାନଙ୍କୁ ୯ବର୍ଷ ମଧ୍ୟରେ ୧୦ଲକ୍ଷ କୋଟି ଟଙ୍କା ଟିକସ ରିହାତି ଦେବା ସାଙ୍ଗକୁ ୧୪.୫୬ଲକ୍ଷ କୋଟି ଟଙ୍କା ଅନାଦେୟ ଋଣ ଛାଡ କରିଛନ୍ତି । ଆକାଶ ଛୁଆଁ ମୂଲ୍ୟ ବୃଦ୍ଧିକୁ ରୋକିବା ପାଇଁ ଚଳିତ ବଜେଟରେ କୌଣସି ବ୍ୟବସ୍ଥା ହୋଇନାହିଁ । ଏହା ଏକ କର୍ପୋରେଟ ସପକ୍ଷ ବାଦୀ, ଚାଷୀ ଓ ଗରିବ ବିରୋଧୀ ବଜେଟ ବୋଲି ଓଡ଼ିଶା କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା ସଭାପତି ଗୟାଧର ଧଳ ଏବଂ ସମ୍ପାଦକ ବିଜୟ ଦାସ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛନ୍ତି ।
Related Posts
ଆସ୍ଥା ଓ ବିଶ୍ୱାସର ସହ ଆରମ୍ଭ ହେଲା ବାଲିଗୁଡା ର ବହୁ ପ୍ରସିଦ୍ଧ ୧୩ ଦିନିଆ ଦଣ୍ଡଯାତ୍ରା
ବାଲିଗୁଡା,୦୨/୦୪/୨୬: (ଓଡିଶା ସମାଚାର /ସଞ୍ଜୟ କୁମାର ପାଣିଗ୍ରାହୀ): ବୁଧବାର ରାତ୍ର ଠାରୁ ଆରମ୍ଭ ହୋଇଛି କନ୍ଧମାଳ ଜିଲ୍ଲାର ବହୁ ପ୍ରସିଦ୍ଧ ବାଲିଗୁଡା ଦଣ୍ଡଯାତ୍ରା । ଶହ ଶହ…
ବାଣପୁର ସାମ୍ବାଦିକ ଭବନ ଠାରେ ଚିଲିକା ରିପୋଟର୍ସ ଆସୋସିଏସନ ବାଣପୁର ତରଫରୁ ୭୮ତମ ସ୍ବାଧୀନତା ଦିବସ ପାଳିତ
ବାଣପୁର, ୧୮/୮/୨୦୨୪ (ଓଡ଼ିଶା ସମାଚାର)- ସାରା ଭାରତ ବର୍ଷ ଓ ଭାରତ ବାହାରେ ରହୁଥିବା ରେ ରହୁଥିବା ଭାରତୀୟ ୭୮ ତମ ସ୍ବାଧିନତା ଦିବସ ଅତି ଆନନ୍ଦ…
ସରସ୍ଵତୀ ବିଦ୍ୟା ମନ୍ଦିରରେ ବିଶ୍ଵ ମହିଳା ଦିବସ ପାଳିତ ।
କଟକ,୧୩।୦୩।୨୦୨୪ (ଓଡ଼ିଶା ସମାଚାର) : କଟକ ସଦର ୪୨ମୌଜା ନୀରବ ସେବା ସଂଗଠନ ତରଫରୁ ଶ୍ରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦଧିବାମନପୁର ସହଯୋଗିତାରେ “ବିଶ୍ଵ ମହିଳା ଦିବସ”…
