ହୀରାକୁଦ ଜଳଭଣ୍ଡାରର ୫ ଟି ଗେଟ୍ ଖୋଲା

ସମ୍ବଲପୁର,୧୩/୦୯/୨୦୨୬ (ଓଡ଼ିଶା ସମାଚାର)- ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ଅଧିକ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର ଜଳସ୍ତର ମଧ୍ୟ କ୍ରମଶଃ ବୃଦ୍ଧି ପାଇ ଏହାର ସର୍ବୋଚ୍ଚ ଜଳଧାରଣ କ୍ଷମତାର ନିକଟତର ହୋଇଛି।

ତେଣୁ ରବିବାର ହୀରାକୁଦ ଜଳଭଣ୍ଡାରର ୪ଟି ସ୍ଲୁଇସ ଗେଟ୍ ଖୋଲାଯାଇ ବର୍ତ୍ତମାନ ମୋଟ୍ ୫ଟି ସ୍ଲୁଇସ୍ ଗେଟ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ଜାରି ରହିଛି।  ଜଳଭଣ୍ଡାରର ବାମ ପାର୍ଶ୍ୱର ୩ ଓ ଦକ୍ଷିଣ ପାର୍ଶର ୨ଟି ମିଶି ମୋଟ ୫ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି । ହୀରାକୁଦ ନଦୀବନ୍ଧରେ ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ । ରବିବାର ଅପରାହ୍ନ ସାଢ଼େ ୧୨ଟା ସମୟରେ ପ୍ରାପ୍ତ ସୂଚନା ଅନୁସାରେ ଜଳଭଣ୍ଡାରର ଜଳସ୍ତର ୬୨୯.୩୧ ଫୁଟ୍ ରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *