ଦୁର୍ଗାପୂଜା କମିଟି ବୟୋଜ୍ୟେଷ୍ଠ କାର୍ଯ୍ୟକର୍ତ୍ତା ଙ୍କ ବିୟୋଗ

ଫୁଲନଖରା ୦୧/୧୦/୨୦୨୪ (ଓଡ଼ିଶା ସମାଚାର)-କଟକ ମହାନଗର ନିଗମ ୫୯ ନମ୍ବର ୱାର୍ଡ ଅନ୍ତର୍ଗତ ରାମନଗର ଦୁର୍ଗାପୂଜା କମିଟି ର ବରିଷ୍ଠ କାର୍ଯ୍ୟକର୍ତ୍ତା ବନମାଳୀ ମହାନ୍ତି ଙ୍କ ୭୨ବର୍ଷ ବୟସରେ ପରଲୋକ ହୋଇଯାଇଛି  । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳ ରେ ଶୋକ ର ଛାୟା ଖେଳିଯାଇଛି l ପ୍ରତିବର୍ଷ ଦୁର୍ଗାପୂଜା  ରେ ଆଗନ୍ତୁକ ଭକ୍ତମାନଙ୍କୁ ନିଷ୍ଠାପର ଭାବେ ଚନ୍ଦନ ଲଗାଇବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହିତ ଗ୍ରାମର ପର୍ବ ପର୍ବାଣୀ ରେ ତାଙ୍କର ଉପସ୍ଥିତି ତଥା ପଞ୍ଚକ କୀର୍ତ୍ତନ ରେ ସହଯୋଗ କରିବା ଆଦି ଧାର୍ମିକ କାର୍ଯ୍ୟରେ ସେ ବିଶେଷ ଆଗ୍ରହ ପ୍ରକାଶ କରୁଥିଲେ l ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ଏବଂ ଧର୍ମପରାୟଣ ବ୍ୟକ୍ତି ଥିଲେ l ତାଙ୍କ ବିୟୋଗରେ ରେ ଆଧ୍ୟାତ୍ମିକ ପତ୍ରିକା ” ଦିବ୍ୟାଲୋକ ସନ୍ଧାନେ”, ଦୁର୍ଗାପୂଜା କମିଟି ଏବଂ ଗ୍ରାମବାସୀ ଙ୍କ ତରଫରୁ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରାଯାଇଛି l

Leave a Reply

Your email address will not be published. Required fields are marked *