କଟକ, ୧୩/୦୯/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା) ଓଡ଼ିଶାର ଅଗ୍ରଣୀ ସାମାଜିକ ସଂଗଠନ ମର୍ଣ୍ଣିଙ୍ଗ ମିଟ ପକ୍ଷରୁ କଟକ ମହାନଗର ନିଗମର ଓ୍ୱାର୍ଡ ନମ୍ବର ୫୯ ଅନ୍ତର୍ଗତ ଫୁଲନଖରାସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠାନର ସଭାପତି ପ୍ରଶାନ୍ତ ମହାନ୍ତିଙ୍କ ସଭାପତ୍ୱରେ କମିଶନରେଟ ପୋଲିସ ରେ ଆଡିଶନାଲ ଡିସିପି ଥିବା ରଣଜିତ ପୃଷ୍ଟି ନିକଟରେ ଏସପି ଭାବେ ପଦୋନ୍ନତି ପାଇଥିବାରୁ ଏହି ପରୀପ୍ରେକ୍ଷୀରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇ ଶ୍ରୀ ପୃଷ୍ଟିଙ୍କୁ ଉତ୍ତରୀୟ ମାନପତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଉକ୍ତ ସମ୍ବର୍ଦ୍ଧନା ସଭାରେ ସମାଜସେବୀ କବି ସ୍ୱାଧୀନଚେତା ମହାନ୍ତି, ଉପସଭାପତି ଟିଟନ ସାହୁ, ଅନୀଲ ସାହୁ, ସମ୍ପାଦକ ସୁଧୀର ପଟ୍ଟନାୟକ, ସାମ୍ବାଦିକ ଅମୂଲ୍ୟ ବାରିକ, ହେମନ୍ତ ସାହୁ,ଯୁଗଳ କିଶୋର ସାହୁ,ବିନୟ ଜେନା,କରିମ୍ ଶାହା,ଗଗନ ବିହାରୀ ପାଢ଼ୀ, ହୃଦାନନ୍ଦ ବେହେରା,ଦୀଲିପ ସାହୁ, ଲିଙ୍କନ ରାଉତ,ଗିରିଶ ବାରିକ,ବଲ୍ଲଭ ଜେନା, ପ୍ରଦୀପ୍ତ କୁମାର ଦାସ,ଅନିରୁଦ୍ଧ ନାୟକ, ପ୍ରକାଶ ନାୟକ, ତୁଷାର ଭୂୟାଁ, ସଞ୍ଜୀବ ଜେନା,ଆଡଭୋକେଟ ଛବି ବେହେରା, ଶ୍ରୀନିବାସ ବିଶ୍ୱାଳ, ମୁକ୍ତିକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ।
