ବୈକୁଣ୍ଠନାଥ ବାରିକଙ୍କ ପରଲୋକ, ଆଳି ଅଞ୍ଚଳରେ ଶୋକର ଛାୟା

ଆଳି,୧୪/୦୬/୨୦୨୬ (ଓଡ଼ିଶା ସମାଚାର)-ଆଳି ବ୍ଲକ ଅନ୍ତର୍ଗତ ସହିରା ପଚାଂୟତର ସୋରିଷଦା ଗ୍ରାମର ବୈକୁଣ୍ଠନାଥ ବାରିକଙ୍କ ଗତକାଲି ପରଲୋକ ହୋଇଯାଇଛି । ମୃତୁ୍ୟବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା ।  ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ଧର୍ମପରାୟଣ ବ୍ୟକ୍ତି ଓ ଜଗନ୍ନାଥପ୍ରେମୀ ଭାବେ ବେଶ ଜଣାଶୁଣା । ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଘରେ ରହୁଥିଲେ । ଗତ କିଛିଦିନ ହେବ ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବାବେଳେ ତାଙ୍କର ପରଲୋକ ହୋଇଥିଲା ।

ଏହି ମୃତ୍ୟ ଖବର ପାଇବା ପରେ ନିଜସ୍ଵ ଗ୍ରାମ ସୋରିସଦା, ସହିରା, ଦହିଅଂଟା, ପାଟଣା, ମୋହନପୁର , ପତ୍ରପୁର, ବାଟିପଡା ଆଦି ଗ୍ରାମର ବିଶିଷ୍ଟ ବ୍ୟକ୍ତି ଓ ସହିରା ପଂଚାୟତର ସରପଂଚ ହେମନ୍ତ କୁମାର ମହାନ୍ତି, ସମାଜସେବୀ ନଳିନୀକାନ୍ତ ପାତ୍ର, କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଭାପତି ଡା. ଦେବସ୍ମିତା ଶର୍ମା, ସତ୍ୟବ୍ରତ ସାମଲ ପ୍ରମୁଖ ତାଙ୍କ ବାସଭବନରେ ପହଁଚି ତାଙ୍କ ମରଶରୀରକୁ ପୁଷ୍ପମାଲ୍ୟ ଦେଇ ଶେଷ ଦର୍ଶନ କରିବା ସହିତ ପରିବାରବର୍ଗଙ୍କୁ ଭେଟି ସାନ୍ତ୍ୱନା ଦେଇଥିଲେ ।

ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ସୋରିଷଦା ଗ୍ରାମର ଯୁବ ସମ୍ପ୍ରଦାୟ ଓ ମୁରବିମାନଙ୍କ ସହଯୋଗରେ ଗ୍ରାମପରିକ୍ରମା କରିବା ପରେ ନିଜସ୍ୱ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ବଡପୁଅ ରାଜକିଶୋର ବାରିକ, ଝିଅ-ଜ୍ୱାଇଁ. ନାତିନାତୁଣୀ ପ୍ରମୁଖ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ସାନ ପୁଅ ସନ୍ତୋଷ କୁମାର ବାରିକ ମୁଖାଗ୍ନି ଦେଇଥିଲେ ।

Leave a Reply

Your email address will not be published. Required fields are marked *