ଜଗତସିଂହପୁର ,୧୪/୦୬/୨୦୨୬ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ବିଭୂପ୍ରସାଦ ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ରଘୁନାଥପୁର ବ୍ଲକ ଅନ୍ତର୍ଗତ କୁଆମଙ୍ଗା ସରକାରୀ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ଆଶା ଯୋଜନା ୨୦୨୩ ର ବାଲ୍ୟବିଭାହ ନିରାକରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ କରା ଯାଇଥିଲା |
ଏହି କାର୍ଯ୍ୟକ୍ରମରେ ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା ବାଲ୍ୟବିବାହ ନିରାକରଣ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଆଇନ ବିଷୟରେ ଅବଗତ କରାଇଥିଲେ ଏବଂ ଅନୁସଚିତ ଜାତି, ଜନଜାତି, ମହିଳା, ଦଙ୍ଗାପୀଡ଼ିତ, କଳକାରଖାନାରେ କାମ କରୁଥିବା ଶ୍ରମିକ, ବାର୍ଷିକ ତିନି ଲକ୍ଷ ଟଙ୍କା ବା ତାଠାରୁ କମ ରୋଜଗାର କରୁଥିବା ବ୍ୟକ୍ତି ଓ ବରିଷ୍ଠ ନାଗରିକ ବିନା ମୂଲ୍ୟରେ ଆଇନସେବା ପାଇପାରିବେ ବୋଲି ଜଣାଇଥିଲେ । କିଛି ସମସ୍ୟାର ସମ୍ମୁଖୀନ ହେଲେ ୧୫୧୦୦ ନିଶୁକ୍ଳ ନମ୍ବରରେ ଯୋଗାଯୋଗ କରିପାରିବେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସହିତ ଯୋଗାଯୋଗ କରି ମାଗଣା ଆଇନ ସେବା ପାଇପାରିବେ | ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ପରଲିଗଲ ସ୍ବେଛାସେବୀ ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ |
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
