ଆବୁଧାବି/ ଭୁବନେଶ୍ୱର,୧୩/୦୯/୨୦୨୬ (ଓଡ଼ିଶା ସମାଚାର)- ସେପ୍ଟେମ୍ୱର ୧୩ରୁ ୧୮ ତାରିଖ ପର୍ଯ୍ୟନ୍ତ ଆବୁଧାବିରେ ଆୟୋଜିତ ଆନ୍ତର୍ଜାତିକ ପୁସ୍ତକ ମେଳାରେ ଭାରତର ବହୁ ନାମୀ ପ୍ରକାଶନ ସଂସ୍ଥା ଅଂଶ ଗ୍ରହଣ କରୁଛନ୍ତି । ଏହି ମର୍ଯ୍ୟାଦା ପୂର୍ଣ୍ଣ ଅନ୍ତର୍ଜାତିକ ମଂଚରେ ଓଡ଼ିଶାର ଏକମାତ୍ର ପ୍ରକାଶନ ସଂସ୍ଥା ଭାବେ ବି.କେ. ପବ୍ଲିକେଶନ ଅଂଶ ଗ୍ରହଣ କରିବା ଓଡ଼ିଶାର ଲେଖକ, ପାଠକ ଓ ପ୍ରକାଶନ ଜଗତ ପାଇଁ ଏକ ଗୌରବର ବିଷୟ ।
ବି.କେ. ପବ୍ଲିକେଶନର ଏହି ଅଂଶ ଗ୍ରହଣ ମାଧ୍ୟମରେ ଓଡ଼ିଆ ସାହିତ୍ୟ ଓ ପ୍ରକାଶନକୁ ବିଶ୍ୱସ୍ତରରେ ପରିଚିତ କରାଇବାର ଏକ ନୂଆ ସୁଯୋଗ ସୃଷ୍ଟି ହୋଇଛି । ପ୍ରକାଶକ ବିଜୟ କୁମାର ମହାପାତ୍ର ଏହା ପୂର୍ବରୁ ବର୍ଲିନ୍, ଫ୍ରାଙ୍କଫର୍ଟ, ଇଟାଲୀ, ଲଣ୍ଡନ, ଶ୍ରୀଲଙ୍କା ଆଦି ବିଭିନ୍ନ ଅନ୍ତର୍ଜାତିକ ପୁସ୍ତକ ମେଳା ସହିତ ଦିଲ୍ଲୀ, କୋଲକାତା, ପାଟନା, ଗୌହାଟୀ, କୋଚି, ଚେନ୍ନାଇ ଆଦି ସହରରେ ଆୟୋଜିତ ଅନେକ ଜାତୀୟ ପୁସ୍ତକ ମେଳାରେ ଯୋଗ ଦେଇ ଓଡ଼ିଶାର ପ୍ରକାଶନ ଶିଳ୍ପକୁ ଏକ ସ୍ୱତନ୍ତ୍ର ପରିଚୟ ଦେବାରେ ଉଦ୍ୟମ କରିଆସିଛନ୍ତି ।
ବି.କେ. ପବ୍ଲିକେଶନ ପକ୍ଷରୁ ଓଡ଼ିଆ ସାହିତ୍ୟର ଅନେକ ମୂଲ୍ୟବାନ ପୁସ୍ତକ ସହ ଶତାଧିକ ଇଂରାଜୀ କ୍ଲାସିକ୍ ପୁସ୍ତକ ପ୍ରକାଶିତ ହୋଇଛି । ଏଥିସହିତ ସୁରେନ୍ଦ୍ର ମହାନ୍ତିଙ୍କ ‘ନୀଳଶୈଳ’, କାହ୍ନୁ ଚରଣ ମହାନ୍ତିଙ୍କ ‘କା’, ଗୋପୀନାଥ ମହାନ୍ତି, ଶାନ୍ତନୁ ଆ•ର୍ଯ୍ୟ ଏବଂ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆତ୍ମ ଜୀବନୀ ଭଳି ଗୁରୁତ୍ୱପୂର୍ଣ୍ଣ ଓଡ଼ିଆ ସାହିତ୍ୟ କୃତିକୁ ପାଠକଙ୍କ ନିକଟରେ ପହଂଚାଇବାରେ ସଂସ୍ଥାର ଭୂମିକା ଉଲ୍ଲେଖନୀୟ ।
ଓଡ଼ିଆ ସାହିତ୍ୟର ଅନୁବାଦ ଓ ଇଂରାଜୀ ପ୍ରକାଶନ ମାଧ୍ୟମରେ ଓଡ଼ିଶାର ସାହିତ୍ୟ, ଲେଖକ ଓ ସାଂସ୍କୃତିକ ପରମ୍ପରାକୁ ବିଶ୍ୱ ପାଠକଙ୍କ ନିକଟରେ ପହାଇବା ଦିଗରେ ବି.କେ. ପବ୍ଲିକେଶନର ପ୍ରୟାସ ଜାରି ରହିଛି । ଆବୁଧାବି ଆନ୍ତର୍ଜାତିକ ପୁସ୍ତକ ମେଳାରେ ଏହି ଅଂଶଗ୍ରହଣ ଓଡ଼ିଆ ପ୍ରକାଶନକୁ ଅନ୍ତର୍ଜାତିକ ମଂଚରେ ଆହୁରି ଦୃଢ଼ଭାବେ ପ୍ରତିଷ୍ଠିତ କରିବାରେ ଏକ ମାଇଲଖୁ ହେବ ବୋଲି ଆଶା କରାଯାଉଛି ।
ଆବୁଧାବି ଆନ୍ତର୍ଜାତିକ ପୁସ୍ତକ ମେଳାରେ ଓଡ଼ିଆ ପ୍ରକାଶକ
