ଘଟଗାଁ, ୧୪/୦୬/୨୦୨୬ (ଓଡିଶା ସମାଚାର)- ସମାଜରେ ଭାଈଚାରା , ଆନନ୍ଦ ଓ ଏକତାର ସନ୍ଦେଶ ଦେଉଥିବା କୃଷିଭିତ୍ତିକ ପର୍ବ ରଜ ଉତ୍ସବ ଘଟଗାଁ ବ୍ଲକ ବାରହାଟିପୁରାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଓଡ଼ିଆ ସଂସ୍କୃତିର ଲୋକପ୍ରିୟ ପର୍ବ ଓ ପରମ୍ପରାର ପ୍ରତୀକ ରଜପର୍ବ ଉତ୍ସବକୁ ବାରହାଟିପୁରା ସରପଞ୍ଚ ଗୋବର୍ଦ୍ଧନ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ପ୍ରକୃତି ବନ୍ଧୁ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ରୋହିତ କୁମାର ବେହେରା ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରଜ ଉତ୍ସବ ପାଳନ କରାଯିବ ବୋଲି ମହୋତ୍ସବ କମିଟି ର ରଞ୍ଜିତା ପାଣିଗ୍ରାହୀ, ଯାତ୍ରୀ ନାଏକ, ସୁକାନ୍ତି ରଣl, ପାର୍ବତୀ ରଣା, ଅରୁନ୍ଧତୀ ମହାପାତ୍ରଙ୍କ ଠାରୁ ପ୍ରକାଶ । ଅନ୍ୟ ମାନଙ୍କ ମଧ୍ୟରେ କମିଟି ର ଉପଦେଷ୍ଟା ପ୍ରକୃତି ବନ୍ଧୁ ରମାକାନ୍ତ ପ୍ରଧାନ, ପି ଇ ଓ ସାରଙ୍ଗ ଧର ରଣା, ଚିତ୍ତ ରଂଜନ ପଣ୍ଡା, ତରଣୀ ସେନ୍ ପଲେଇ, ହୃଦାନନ୍ଦ ପାତ୍ର, ଶୁଭକାନ୍ତ ରଣା, ସରୋଜ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
