କଟକ ସଦର, ୨୧/୧୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ପୂର୍ବତନ ମୂଖ୍ୟମନ୍ତ୍ରୀ, ପୂର୍ବତନ ରାଜ୍ୟପାଳ,ନବ ଉତ୍କଳର ନିର୍ମାତା ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବ ଙ୍କ ୧୨୫ ତମ ଜୟନ୍ତୀ ସମାରୋହ ଆଜି ଗୁରୁବାର ଦିନ କଟକ ମଧୁପାଟଣା ପ୍ରେସ୍ ଛକ ଠାରେ ଥିବା ମହତାବଙ୍କ ପ୍ରତିମୂର୍ତ୍ତି ନିକଟରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଡ଼ଃ ହରେକୃଷ୍ଣ ମହତାବ ଜୟନ୍ତୀ କମିଟିର କାର୍ଯ୍ୟକାରୀ ସଭାପତି ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ପୈ।ରୋହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଆଇନ୍ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଯୋଗଦେଇ ଜାତୀୟ ଅସ୍ମିତାର ଶତାବ୍ଦୀ ପୁରୁଷ ଡକ୍ଟର ମହତାବଙ୍କ ସ୍ମୃତି ଚାରଣ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ବାରବାଟି-କଟକ ବିଧାୟିକା ଇଂ ସୋଫିଆ ଫିରଦୋଶ,ଚୈ।ଦ୍ୱ।ର-କଟକ ବିଧାୟକ ସୈ।ଭିକ ବିଶ୍ୱାଳ, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ,ସିଏମସି ମେୟର ସୁବାସ ସିଂ, ଆୟୁକ୍ତ ଅନାମ ଚରଣ ପାତ୍ର, କର୍ପୋରେଟର ସନ୍ତୋଷ ଭୋଳ, ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି, ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସିଂହ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ମନ୍ତ୍ରୀ ଙ୍କ ସହିତ ଯୋଗଦେଇ ଡ଼ଃ ମହତାବ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଧାସୁମନ ଅର୍ପଣ କରିବା ସହ ସଭାରେ ଯୋଗ ଦେଇ ବହୁମୁଖି ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ଆଜି ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ଡ଼ଃ ମହତାବ ଙ୍କ ଏକ ଡାକ ଟିକଟ ଉନ୍ମୋଚନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱ।ତ୍, ଓଡ଼ିଶା ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ସମେତ ଉତ୍କଳ କେଶରୀ ଡ଼ଃ ମହତାବ ଙ୍କ ପୁତ୍ର କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଉପସ୍ଥିତ ଥିଲେ।