ଗତିରାଉତପାଟଣାରେ ବ୍ଲକ ସ୍ତରୀୟ ଷ୍ଟାଡିୟମ ର ଶିଳାନ୍ୟାସ 

କଟକ ସଦର,୧୪/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଗତିରାଉତପାଟଣା ଠାରେ ଆଜି ରବିବାର ପହିଲି ରଜ ଅପରାହ୍ନରେ ୧୪ କୋଟି ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ବ୍ଲକ୍ ସ୍ତରୀୟ ଷ୍ଟାଡିୟମ ର ଶୁଭ ଶିଳାନ୍ୟାସ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଙ୍କ କର କମଳରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପୌରୋହିତ୍ୟରେ ଏଵଂ କନ୍ଦରପୁର ବିଜେପି ମଣ୍ଡଳ ସଭାପତି ନିରଂଜନ ରାଉଳ ଙ୍କ ସଂଯୋଜନାରେ ଆୟୋଜିତ ସଭାରେ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି, ସରପଂଚ ସୋନାଲୀ ରାଉତ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ହୃଷିକେଶ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ  କ୍ରୀଡ଼ା  ର ଉନ୍ନତି ପାଇଁ ଆଲୋକପାତ କରିଥିଲେ। ଏଥିରେ କଟକ ଜିଲ୍ଲା ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ନାୟକ,ଗ୍ରାମ୍ୟ ଉନ୍ନୟନ ଏସଡିଓ ଅରୁପାନନ୍ଦ ବିଶ୍ୱାଳ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *