କେନ୍ଦ୍ରାପଡାର ଅତିରିକ୍ତ ଜିଲାପାଳ ପିତାମ୍ବର ସାମଲ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି

କେନ୍ଦ୍ରାପଡ଼ା, ୧୬/୭/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଅତିରିକ୍ତ ଜିଲାପାଳ (ସାଧାରଣ) ପିତାମ୍ବର ସାମଲଙ୍କୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଏହା ପୂର୍ବରୁ ଅତିରିକ୍ତ ଜିଲାପାଳ ଶ୍ରୀ ସାମଲଙ୍କୁ ପଦୋନ୍ନତି ମିଳିସାରିଛି । ଓଡ଼ିଶା ଲୋକସେବା ଆୟୋଗର ସୁପାରିଶ କ୍ରମେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଚିଠି ନମ୍ବର ୧୬୨୯୧/ଏସ୍ସିଏସ୍ ଯୋଗେ ମୋଟ୍ ୫ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି । ସେମାନେ ଓଏଏସ୍ ସୁପର ଟାଇମ୍ ସ୍କେଲ୍ ରୁ ସୁପରିୟର ଆଡମିନିଷ୍ଟ୍ରେଟିଭ୍ ଗ୍ରେଡ୍ କୁ ପଦୋନ୍ନତି ପାଇଛନ୍ତି । ସୂଚନାଯୋଗ୍ୟ ଯେ ୨୦୦୦ ବ୍ୟାଚ୍ ର ଓଏଏସ୍ ଅଫିସର ଶ୍ରୀ ସାମଲ ଅନୁଗୁଳ ଜିଲାର ତାଳଚେରରେ ଅତିରିକ୍ତ ତହସିଲଦାର, କଣିହାଁ ଓ ପରଜଙ୍ଗରେ ତହସିଲଦାର, ଢେଙ୍କାନାଳ ଜିଲାର କାମାକ୍ଷାନଗର ଓ କଙ୍କଡ଼ାହାଡ଼ ଏବଂ କେନ୍ଦ୍ରାପଡ଼ାର ଡେରାବିଶ ବ୍ଲକ୍ ରେ ବିଡିଓ, ଢେଙ୍କାନାଳ ଓ ଭଦ୍ରକ ଜିଲାରେ ଉପ-ଜିଲାପାଳ ଓ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲାପାଳ (ସାଧାରଣ) ଭାବେ ଖୁବ୍ ଦକ୍ଷତାର ସହ କର୍ତବ୍ୟ ସମ୍ପାଦନ କରି ଲୋକପ୍ରିୟ ପ୍ରଶାସକ ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି ।

Leave a Reply

Your email address will not be published. Required fields are marked *