ପୋଲିସ ଅଧିକାରୀ ଙ୍କୁ ଭାବ ବିହ୍ଵଳ ବିଦାୟ କାଳୀନ ସମ୍ବର୍ଦ୍ଧନା

ନିଶ୍ଚିନ୍ତକୋଇଲି,୧୩/୦୬/୨୦୨୬ (ଓଡିଶା ସମାଚାର / ଅଭୟ ଜେନା) -କଟକ ଜିଲ୍ଲା କିଶନନଗର ଥାନା ଅଧିନସ୍ଥ ମହାଳହାଟ ପୋଲିସ ବିଟ୍ ହାଉସ ରେ କର୍ୟ୍ୟରତ ଭାରପ୍ରାପ୍ତ ଅଧିକାରୀ ଅଜୟ କୁମାର ମହାନ୍ତି ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ନିଶ୍ଚିନ୍ତକୋଇଲି ବ୍ଲକ ବାବୁଜଙ୍ଗ ପଞ୍ଚାୟତ ସରପଞ୍ଚ ସ୍ୱାଧୀନ ଭୂୟାଁ, ମଣିଜଙ୍ଗ ଗ୍ରାମ ପଞ୍ଚାୟତ ସରପଞ୍ଚ ସାରଦା ମହାନ୍ତି, ସମିତି ସଭ୍ୟ ପ୍ରିୟବ୍ରତ ମହାନ୍ତି, ପୂର୍ବତନ ସରପଞ୍ଚ ଦିଲିପ ବିଶ୍ବାଳ, ପୂର୍ବତନ ସରପଞ୍ଚ ସରୋଜ ବେହେରାଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ଏହି କାର୍ୟ୍ୟକ୍ରମ ରେ ଭାଗ ନେଇଥିଲେ ।

ଏହି ବିଟ୍ ହାଉସ ଚାରି ଗୋଟି ପଞ୍ଚାୟତ ଉତରକୂଳ, ବାବୁଜଙ୍ଗ, ମଣିଜଙ୍ଗ, ମହମ୍ମଦପୁର କୁ ନେଇ ଗଠିତ। ଉକ୍ତ ପଞ୍ଚାୟତ ଗୁଡିକ ର ଚୋରି, ଡକାୟତି, ରାହାଜାନି ଆଦି ଅପରାଧିକ କାଯ୍ୟକଳାପ କୁ ନିୟନ୍ତ୍ରଣ କରି ନିଜର କାର୍ୟ୍ୟଦକ୍ଷତା ପ୍ରତିପାଦନ କରିଛନ୍ତି । ସେ ୨୦୨୩ ମସିହା ଅଗଷ୍ଟ ମାସରେ ମହାଳହାଟ ବିଟ୍ ହାଉସ ରେ ଯୋଗ ଦେଇ ଦକ୍ଷତା ପ୍ରତିପାଦନ କରିଛନ୍ତି । ଉକ୍ତ ଅଂଚଳର ବିଲହାଟ ମାର୍କେଟ ରେ ବିଗତ ଦିନରେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ସୁ ନିୟନ୍ତ୍ରିତ କରିପାରିଥିଲେ । ସ୍ଥାନୀୟ ଜନସାଧାରଣ ତାଙ୍କର କର୍ମମୟ ଜୀବନ ର ଉତରୋତ୍ତର ଉନ୍ନତି କାମନା କରିଛନ୍ତି । ଅଜୟ ମହାନ୍ତିଙ୍କର ସାଲେପୁର ଥାନାକୁ ବଦଳି ହୋଇଥିବାବେଳେ କିଶନନଗର ଥାନା ରେ କାର୍ୟ୍ୟରତ ଏଏସଆଇ ନିରଞ୍ଜନ ବେହେରାଙ୍କୁ ମହାଳହାଟ ବିଟ୍ ହାଉସ୍ ରେ ନିଯୁକ୍ତି ମିଳିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *