କଟକ ସଦର,୧୩/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଠାରେ କିଛି ବର୍ଷ ହେଲା ପାଳନ ହୋଇଆସୁଥିବା ରଜ ମହୋତ୍ସବ ପରି ଚଳିତ ବର୍ଷ ମଧ୍ୟ ଚାରି ଦିନିଆ’କଟକ ସଦର ରଜ ମହୋତ୍ସବ-୨୦୨୬’ ହାଟତୋଟା ଠାରେ ଆଜି ଶନିବାର ସଜବାଜ ସଂଧ୍ୟାରେ ଉଦଘାଟିତ ହୋଇଛି।

ରଘୁନାଥ ଚୈ।ଧୁରୀ ଙ୍କ ସଂଯୋଜନା ରେ ଆୟୋଜିତ ମହୋତ୍ସବ କୁ ମହିଳା କମିଶନ ସଦସ୍ୟା ପ୍ରତିଭା ଶତପଥୀ ଉଦଘାଟନ କରିଥିବା ବେଳେ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଯୋଗେନ୍ଦ୍ର ଭୋଇ, ଚିତ୍ତରଞ୍ଜନ ସାହୁ, ପ୍ରଦୀପ୍ତ ମହାଳି, ଆଲୋକ ମହାନ୍ତି, ସରପଂଚ ସୁଜାତା ସେଠୀ, ହୃଷିକେଶ ଜେନା,ରମା ପ୍ରସାଦ ବିଶ୍ୱାଳ,ସାଧୁ ଜେନା, କିଶନନଗର ଥାନା ଅଧିକାରୀ ମାନେଶ୍ୱର ପ୍ରଧାନ, ସୁଜାତା ନନ୍ଦ,ବିମଳ ପଣ୍ଡା, ମୀନକେତନ ମହାନ୍ତି ପ୍ରମୁଖ ଯୋଗ ଦେଇ ପରମ୍ପରା ଓ ପ୍ରେମର କୃଷିଭିତ୍ତିକ ଗଣପର୍ବ ରଜକୁ ସମସ୍ତେ ଉପଭୋଗ କରିବାକୁ କହିଥିଲେ। ଉଦଘାଟନ ପୂର୍ବରୁ କିଶନନଗର ତହସିଲଦାର କ୍ଷିରୋଦ କୁମାର ଦାଶ ମହୋତ୍ସବ ସ୍ଥଳରୁ ଚାଲି ଯାଇଥିବା ଦେଖା ଯାଇଥିଲା।
ପ୍ରଥମ ସଂଧ୍ୟାରେ ଷ୍ଟେଜ୍ କିଙ୍ଗ୍ ଗଗନ ଜେନା ଓ ବିଶିଷ୍ଟ କଣ୍ଠଶିଳ୍ପୀ ମାନସୀ ପାତ୍ରଙ୍କ ଯାଦୁକରୀ ଗୀତରେ ଦର୍ଶକ ମାନେ ବେଶ୍ ଝୁମି ଥିଲେ।
