ଭୁବନେଶ୍ୱର,୦୮/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ମାନ୍ୟବର ମନ୍ତ୍ରୀ ଡକ୍ଟର ରାମଦାସ ଅଠାୱଲେ ଙ୍କ ଅଧ୍ୟକ୍ଷତାରେ ୨ଟି ବିଭାଗର ଏକ ସମୀକ୍ଷା ବୈଠକ ରାଜ୍ୟ ଅତିଥି ଭବନଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସମୀକ୍ଷା ବୈଠକରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗକଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗର ବିଭାଗର ବିଭିନ୍ନ ସରକାରୀ ଯୋଜନା ଗୁଡିକର ଆଲୋଚନା କରିଥିଲେ ।
ଏହି ସମୀକ୍ଷା ବୈଠକରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗକଲ୍ୟାଣ କମିଶନର ତଥା ଶାସନ ସଚିବ, ଶ୍ରୀ ବି ପରମେଶ୍ଵର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ, ଶ୍ରୀମତୀ ରଜନୀ ଯାନୀ, ଓଏସଏଫଡିସିର ଜେନରେଲ ମ୍ୟାନେଜର ତଥା ଉପ ଶାସନ ସଚିବ, ଶ୍ରୀମତୀ କୁମୁଦିନୀ ସୁବୁଦ୍ଧି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗର ଅତିରିକ୍ତ ଶାସନ ସଚିବ, ଶ୍ରୀ ଭାସ୍କର ରଇତୋ, ଶ୍ରୀ ଦୀପକ ରାଉତରାୟଙ୍କ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
କେନ୍ଦ୍ରମନ୍ତ୍ରୀ ଡକ୍ଟର ରାମଦାସ ଅଠାୱଲେ ଙ୍କ ସମୀକ୍ଷା
