ଭୁବନେଶ୍ୱର,୨୧/୦୮/୨୦୨୫(ଓଡ଼ିଶା ସମାଚା/ଦୀପ୍ତିରଂଜନ କାନୁନଗୋ)- ରାଜ୍ୟ ସରକାର ଆଜି ବରିଷ୍ଠ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ସନ୍ତୋଷ ବାଲାଙ୍କୁ SFSL ନିର୍ଦ୍ଦେଶକ ନିଯୁକ୍ତ କରାଯାଇଥିବା ବେଳେ ରାଜ ପ୍ରସାଦଙ୍କୁ ସ୍ପେସାଲ ବ୍ରାଞ୍ଚ ଏସପି , ଏସ୍ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଂ ଭାବେ ନିଯୁକ୍ତ କରାଯାଇଛି ।ସେହିପରି ଗଜଭିଏ ସତୀଶ କୁମାରଙ୍କୁ ସ୍ପେଶାଲ ଆର୍ମଡ ପୋଲିସ ଆଇଜି ଭାବେ ନିଯୁକ୍ତି କରାଯାଇଛି। ସଞ୍ଜୟ କୁମାର କୌଶଲଙ୍କ EOW ଆଇଜି ଭାବେ ନିଯୁକ୍ତି କରାଯାଇଛି । ସେହିପରି ଅବିନାଶ କୁମାରଙ୍କୁ ଷ୍ଟେଟ କ୍ରାଇମ୍ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଥିବା ବେଳେ ସତ୍ୟଜିତ ନାୟକଙ୍କୁ ପୋଲିସ ସେଣ୍ଟ୍ରାଲ ରେଞ୍ଜ ଡିଆଇଜି ଭାବେ ନିଯୁକ୍ତ କରାଯାଇଛି। ଭବାନୀ ଶଙ୍କର ଉଦଗାତାଙ୍କୁ ଏସପି କଟକ ରେଲୱେ ଭାବେ ନିଯୁକ୍ତି କରାଯାଇଛି ।
ପିନାକ ମିଶ୍ରଙ୍କୁ ପୋଲିସ ଇଷ୍ଟର୍ଣ୍ଣ ରେଞ୍ଜ ଡିଆଇଜି ଭାବେ ନିଯୁକ୍ତି କରାଯାଇଛି। ସେହିପରି ପ୍ରତୀକ ସିଂଙ୍କୁ ପୁରୀ ଏସ୍ପି ଭାବେ ନିଯୁକ୍ତି କରାଯାଇଥିବା ବେଳେ ବିବେକାନନ୍ଦ ଶର୍ମାଙ୍କୁ ଖୋର୍ଦ୍ଧା ଏସ୍ପି ଭାବେ ନିଯୁକ୍ତି କରାଯାଇଛି। ସ୍ମିଥ ପର୍ମାର୍ଙ୍କୁ କ୍ରାଇମବ୍ରାଞ୍ଚ ଏସ୍ପି ଭାବେ ନିଯୁକ୍ତି କରାଯାଇଥିବା ବେଳେ ପ୍ରତ୍ୟୁଷ ଦିବାକରଙ୍କୁ ବାଲେଶ୍ବର ଏସ୍ପି ଭାବେ ନିଯୁକ୍ତ କରାଯାଇଛି।
ସେହିପରି ବୀନିତ ଅଗ୍ରୱାଲ ଙ୍କୁ କଟକ ଗ୍ରାମାଞ୍ଚଳ ଏସ୍ପି ଭାବେ ନିଯୁକ୍ତ କରାଯାଇଛି। ରାଜ ପ୍ରସାଦଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସ୍ପି ଭାବେ ଦାୟୀତ୍ୱ ଦିଆଯାଇଛି। ଅଙ୍କିତ କୁମାର ବର୍ମା ଙ୍କୁ ଜଗତସିଂହପୁର ଏସ୍ପି ଭାବେ ନିଯୁକ୍ତି ଦାୟିତ୍ୱ ଦିଆଯାଇଛି। ଅମ୍ରିତପାଲ ସିଂ ଙ୍କୁ ନୂଆପଡ଼ା ଏସ୍ପି ଭାବେ ନିଯୁକ୍ତି ଦିଆଯାଇଛି। ଜି ରେଡ୍ଡୀ ରାଘବେନ୍ଦ୍ରଙ୍କୁ ଝାରସୁଗୁଡ଼ା ଏସ୍ପି ଭାବେ ନିଯୁକ୍ତି ଦିଆଯାଇଛି। ପ୍ରତ୍ୟୁଷ ଦିବାକର ଙ୍କୁ ଏସପି ବାଲେଶ୍ବର ଭାବେ ନିଯୁକ୍ତ କରାଯାଇଛି। ଅମ୍ରିତପାଲ କୌର ଙ୍କୁ ଏସପି ସୁନ୍ଦରଗଡ଼ ଭାବେ ନିଯୁକ୍ତି ଦିଆଯାଇଛି।
