ନୂତନ ମୁଖ୍ୟମନ୍ତ୍ରୀ ଓ ଅନ୍ୟମନ୍ତ୍ରୀ ମାନେ ଶପଥ ଗ୍ରହଣ କଲେ

ଭୁବନେଶ୍ୱର, ୧୨/୬/୨୦୨୪ (ଓଡ଼ିଶା ସମାଚାର)- ଗତକାଲି ବିଜେପି ଦଳର ନେତା ହେବା ପରେ ଆଜି ଜନତା ମଇଦାନରେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଶ୍ରୀ ମାଝୀ ଶପଥ ପାଠ କରିଛନ୍ତି। ଏହି ଅବସରରେ ବିଜୁ ଜନତା ଦଳ(ବିଜେଡି) ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନିଜେ ମୋହନ ମାଝୀ ଆଜି ନିମନ୍ତ୍ରଣ ଦେବାକୁ ଯାଇଥିଲେ । ଶପଥ ପାଠ ସମାରୋହକୁ ଆସିବାକୁ ମୋହନଙ୍କୁ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ରକ୍ଷା କରି ନବୀନ ପଟ୍ଟନାୟକ ଶପଥ ଗ୍ରହଣ ଉତ୍ସବରେ ପହଞ୍ଚିଥିଲେ। ବର୍ତ୍ତମାନ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାବେଳେ କନକ ବର୍ଦ୍ଧନ ସିଂଦେଓ ଏବଂ ଶ୍ରୀମତୀ ପ୍ରଭାତୀ ପରିଡ଼ା ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହାବାଦ୍ ୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବେ ଶପଥ ଗ୍ରହଣ କରିଛନ୍ତି ।

ମୋହନ ଚରଣ ମାଝୀ- ମୁଖ୍ୟମନ୍ତ୍ରୀ
କନକ ବର୍ଦ୍ଧନ ସିଂଦେଓ- (ବଲାଙ୍ଗୀର)ଉପ ମୁଖ୍ୟମନ୍ତ୍ରୀ
ପ୍ରଭାତୀ ପରିଡ଼ା- (ନିମାପଡ଼ା)ଉପମୁଖ୍ୟମନ୍ତ୍ରୀ
୮ କ୍ୟାବିନେଟ
ସୁରେଶ ପୁଜାରୀ- ବ୍ରଜରାଜନଗର
ରବି ନାରାୟଣ ନାୟକ-କୁଚିଣ୍ଡା
ନିତ୍ୟାନନ୍ଦ ଗଣ୍ଡ –ଉମରକୋଟ
କୃଷ୍ଣଚନ୍ଦ୍ର ପାତ୍ର – ଢ଼େଙ୍କାନାଳ
ପୃଥୀରାଜ ହରିଚନ୍ଦନ-ଚିଲିକା
ଡ଼ ମୁକେଶ ମହାଲିଙ୍ଗ-ଲୋଇସିଂଘା
ବିଭୁତି ଭୁଷଣ ଜେନା- ଗୋପାଳପୁର
ଡ଼ କୃଷ୍ଣ ଚନ୍ଦ୍ର ମହାପାତ୍ର- ମୋରଡ଼ା

୫ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ)
ଗଣେଷରାମ ଖୁଂଟିଆ-ଜଶିପୁର
ସୂର୍ୟ୍ୟବଂଶି ସୂରଜ -ଧାମନଗର
ପ୍ରଦୀପ ବଳସାମନ୍ତ- ସୁକିନ୍ଦା
ଗୋକୁଳାନନ୍ଦ ମଲିକ-ପୋଲସରା
ସମ୍ପଦ ସ୍ୱାଇଁ-ପାରାଦୀପ

Leave a Reply

Your email address will not be published. Required fields are marked *