ବାଲିଗୁଡା,୧୩/୦୬/୨୬(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ଠାରେ ୧୫ ତମ ସ୍ୱତନ୍ତ୍ର କାଉନସିଲ ବୈଠକ ଶୁକ୍ରବାର ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ଅଧ୍ୟକ୍ଷ ସମେତ ଉପାଧ୍ୟକ୍ଷା ଶାନ୍ତି କୁମାରୀ ନାୟକ, ବିଧାୟକ ପ୍ରତିନିଧି ଅବନୀ କାନ୍ତ ନାୟକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ ଙ୍କ ସମେତ ୧୦ ଜଣ କାଉନସିଲର ଉପସ୍ଥିତ ଥିଲେ । ଏନଏସି ଅଧ୍ୟକ୍ଷ ଙ୍କ ଅନୁମତି କ୍ରମେ ପୂର୍ବ କାଉନସିଲ ବୈଠକ ର ବିବରଣୀ ବରିଷ୍ଠ ଏନଏସି କର୍ମଚାରୀ ବାଇଧର ମଳିକ ପାଠ କରିବା ସହିତ ଦୃଢ଼ି କରଣ କରାଯାଇଥିଲା ।
ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ କାଉନସିଲ ବୈଠକ ରେ ସମସ୍ତ ଙ୍କୁ ସ୍ୱାଗତ କରିବା ସହିତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କ ରେ ଅଭିବ୍ୟକ୍ତ ରଖିଥିଲେ । ଏହି ବୈଠକରେ ବାଲିଗୁଡା ଏନଏସି ର ୧୩ ଟି ୱାର୍ଡ ର ରାସ୍ତା ଘାଟ, ଡ୍ରେନେଜ ସମସ୍ୟା, ସହର ପରିମଳ ବ୍ୟବସ୍ଥା ସୌନ୍ଦର୍ଯ୍ୟ କରଣ, ଆଲୋକିକରଣ ସମେତ ସହର ରେ ଥିବା ବିଭିନ୍ନ ସମସ୍ୟା ତଥା ବିକାଶ ମୂଳକ କାର୍ଯ୍ୟ ସମ୍ପର୍କ ରେ ଆଲୋଚନା କରାଯାଇଥିଲା ।ଏହି ବୈଠକରେ ୧୦ ଜଣ କାଉନସିଲରଙ୍କ ସମେତ ସମସ୍ତ ଏନଏସି କର୍ମଚାରୀ ଉପସ୍ଥିତ ଥିଲେ । ଏହି ବୈଠକ ରେ ଦୁଇ କଂଗ୍ରେସ କାଉନସିଲର ଅସନ୍ତୋଷ ପ୍ରକାଶ କରି ଏନ ଏ ସି କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ ଦୁର୍ନୀତି ସହ ଆୟବ୍ୟୟର ହିସାବ ଦେଉନଥିବା ପ୍ରତିବାଦରେ ଧାରଣା ଦେଇଥିଲେ ।
