କେନ୍ଦ୍ରାପଡ଼ା,୧୪/୦୧/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ବିଶିଷ୍ଟ ସମାଜସେବୀ ନାରାୟଣ ପତିଙ୍କୁ ଓଡିଶା ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି । ଏହି ଉପଲକ୍ଷେ ଓଡିଶା ସଂସ୍କୃତି କଳା ଏକାଡ଼େମୀ ଓ ସଙ୍ଗୀତ ମୂର୍ଚ୍ଛନା ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଜାତୀୟ ଶିଶିର ମହୋତ୍ସବ- ୨୦୨୪ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ଦାଶ, ସମ୍ମାନିତ ଅତିଥି ଭାବେ ଓଡିଶା ଟିଭିର ପ୍ରାୟୋଜକ ଇଂ ଅଭିନନ୍ଦନ ଦାସ, ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ ମନୋଜ ବେହେରା ଓ କେନ୍ଦ୍ରାପଡ଼ା ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇ ସମାଜସେବା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ସମାଜସେବୀ, ଶିକ୍ଷାବିତ୍, ବକ୍ଷସ୍ତୁ ଓ ଜ୍ୟୋତିଷ ବିଶାରଦ ନାରାୟଣ ଚନ୍ଦ୍ର ପତିଙ୍କୁ ଉପଢୌକନ, ମାନପତ୍ର, ମେଡାଲ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଓଡିଶା ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି । ଶ୍ରୀ ପତି ଏକାଧାରରେ ଜଣେ କବି, ଶିକ୍ଷାବିତ୍, ସମାଜସେବୀ, ଜ୍ୟୋତିଷ ବିଶାରଦ ଓ ବାସ୍ତୁବିତ ଭବେ କାର୍ଯ୍ୟକରି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସେ ଅନେକ ଆଧ୍ୟାତ୍ମିକ, ସାମାଜିକ ସଂଗଠନ ସହ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଶ୍ରୀ ପତି ଗତ ବର୍ଷ ସୂର୍ଯ୍ୟଜ୍ୟୋତି କଳାକେନ୍ଦ୍ର ଭୁବନେଶ୍ୱର ତରଫରୁ ରବିନ୍ଦ୍ର ମଣ୍ଡପଠାରେ ସୌରପ୍ରଭା ସମ୍ମାନରେ ସମ୍ମାନୀତ ହୋଇଥିଲେ । ଏହି ଖବର ପ୍ରସାରିତ ହେବା ମାତ୍ରେ ବିଭିନ୍ନ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ସର୍ବୋପରି ସର୍ବ ସାଧାରଣ ମାନଙ୍କ ଠାରୁ ଶୁଭେଚ୍ଛା ବାର୍ତା ମାନ ଆସିବାରେ ଲାଗିଛି ।
ବିଶିଷ୍ଟ ସମାଜସେବୀ ନାରାୟଣ ପତି ପାଇଲେ ଓଡିଶା ରତ୍ନ ସମ୍ମାନ
