କଟକ ସଦର ,୦୪/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵୈୟାଳିସମୈ।ଜା ବରାଳ ଗ୍ରାମରେ ଅବସ୍ଥିତ ସପ୍ନେଶ୍ୱର ମହାଦେବ ଙ୍କ ମନ୍ଦିର ପ୍ରାଙ୍ଗଣରେ ଚାରି ଦିନ ବ୍ୟାପି ପୁଷ୍ୟାଭିଷେକ,ବିଶ୍ୱ କଲ୍ୟାଣ ମହାଯଜ୍ଞ, ଗୀତା ଯଜ୍ଞ,ଅଷ୍ଟମ ପ୍ରହର ନାମ ଯଜ୍ଞ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇ ଆଜି ରବିବାର ଦିନ ଉଦଯାପିତ ହୋଇଛି।
ଗତକାଲି ଶନିବାର ପୂର୍ଣ୍ଣାହୁତି ସଂଧ୍ୟାରେ ଶ୍ରଦ୍ଧାଳୁଙ୍କ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ସମାଗମ ହୋଇଥିଲା। ଏଥିରେ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ସଭାପତି ସମାଜସେବୀ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ଯୋଗଦେଇ ଠାକୁରଙ୍କ ଆଶ୍ରୀର୍ଵାଦ ଭିକ୍ଷା କରିବା ସହିତ ସଦରଵାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି।
