ବିଜେଡି ନେତ୍ରୀ ଙ୍କ ସାଙ୍ଗଠନିକ ବୈଠକ

ନିରାକାରପୁର, ୦୬/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋରଧା ନିର୍ବାଚନମଣ୍ଡଳୀ ରେ ବିଜୁ ଜନତା ଦଳର ସଂଗଠନ କୁ ତୃଣମୂଳ ସ୍ତର ରୁ ମଜଭୁତ କରିବାପାଇଁ ପ୍ରତି ପଞ୍ଚାୟତ ଭଳି ଓଳସିଂହ ଗ୍ରା. ପ. ର ପ୍ରତେକ ୱାର୍ଡରୁ ଶତାଧିକ ବରିଷ୍ଠ ଯୁବ ଛାତ୍ର ଙ୍କୁ ନେଇ ଏକ ବନ୍ଧୁମିଳନ ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୃଷ୍ଠ ଭାଗରେ ଏହି ବୈଠକ ର ଆୟୋଜକ ଥିଲେ କେଦାର ଶ୍ରୀଚନ୍ଦନ । ଅତିଥି ଭାବରେ ଯୋଗ ଦେଇ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି, ବାସନ୍ତୀ ମହାପାତ୍ର ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ କି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ 5T- ତଥା ଆମ ଓଡିଶା ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି. କେ. ପାଣ୍ଡିଆନଙ୍କ ତ୍ୟାଗ, ନିଷ୍ଠା ଓ ଦୂରଦୁଷ୍ଟି ସମ୍ପନ୍ନ ଚିନ୍ତା ଓ ଚେତନା ଯୋଗୁ ଓଡିଶା ଏକ ବିକଶିତ ରାଜ୍ୟ ଭାବରେ ପରିଗଣିତ ହୋଇପାରିଛି । ରୂପାନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ଗାଁ ଠାରୁ ସହର ଯାଏ “ନବୀନ ଓଡିଶା”ର ମହାନ ଲକ୍ଷ ସାଧିତ ହୋଇପାରୁଛି । ଆମେ ସମସ୍ତେ ମିଳିମିଶି ପୁନଃଶ୍ଚ ଷଷ୍ଠ ଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଗାଦିନାସୀନ କରିବାପାଇଁ ସମସ୍ତ ଘରକୁ ଘର ଯାଇ ସରକାର ଙ୍କ ଜନକଲ୍ୟାଣକାରୀ ଯୋଜନା ର ବାର୍ତ୍ତା ପହଞ୍ଚାଇବାକୁ ହେବ । ପ୍ରାକୃତିକ ବିପର୍ଯ୍ୟୟ,ରୋଗରେ ପୀଡିତ ରୋଗୀ, ଅସହାୟ ବ୍ୟକ୍ତି ମାନଙ୍କୁ ନିଜସ୍ୱ ପାଣ୍ଠି ରୁ ସାହାର୍ଯ୍ୟ ସହଯୋଗ ର ହାତ ବଢ଼ାଇ ସେମାନଙ୍କ ସୁଖଦୁଃଖ ରେ ନିରନ୍ତର ନିଜକୁ ସାମିଲ କରୁଥିବା ଶ୍ରୀମତୀ ମହାପାତ୍ର ଙ୍କ ନେତୃତ୍ୱ ପଛରେ ସମସ୍ତେ ସଂଗଠିତ ହେବାପାଇଁ ଶପଥ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *