ନୀଳାମ୍ବୁ ମହୋତ୍ସବର ଚତୁର୍ଥ ସନ୍ଧ୍ୟା

ମନ ମୋହିଲା ମହିଳା ପାଇକ ଆଖଡ଼ା-  ଦୋଳି, ମୀନା ବଜାରରେ ହଜାର ହଜାର ଦର୍ଶକଙ୍କ ଗହଳି

ଟାଙ୍ଗୀ, ୦୬/୦୨/୨୦୨୪ (ଓଡ଼ିଶା ସମାଚାର)- ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଆନୂକୁଲ୍ୟରେ ସ୍ଥାନୀୟ ଚିଲିକା ଷ୍ଟାଡିୟମରେ ଚାଲିଥିବା ଦ୍ବିତୀୟ ବାର୍ଷିକ ନିଳାମ୍ବୁ ମହୋତ୍ସବର ଚତୁର୍ଥ ସଂନ୍ଧ୍ୟାରେ ଚିତାକର୍ଷକ ପାଇକ ଆଖଡ଼ା ଓ ସମ୍ବଲପୁରୀ ନୃତ୍ୟ ହଜାର ହଜାର ଦର୍ଶକଙ୍କମନମୋହି ଥିଲା । ଏହି ଅବସରରେ ଆଜି ସଂନ୍ଧ୍ୟାରେ ଟାଙ୍ଗୀ ବ୍ଲକ ଅଧିନସ୍ଥ ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନର କୁନି କୁନି ଶିଶୁ କଳାକାରମାନଙ୍କ ସମେତ ରାଜ୍ୟ ଏବଂ ରାଜ୍ୟ ବାହାରର ବିଭିନ୍ନ ପ୍ରତିଷ୍ଠିତ ନୃତ୍ୟ ଅନୁଷ୍ଠାନ ଏହି ଅଂଶଗ୍ରହଣ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ହଜାର ହଜାର ଦର୍ଶକମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ସାମ୍ବାଦିକ ସଂଘ ସଭାପତି ପଦ୍ମନାଭ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜି ସୁନେଲି ସଂନ୍ଧ୍ୟାରେ ଅତିଥି ଭାବେ ଟାଙ୍ଗୀ ବିଡିଓ ରେଶ୍ମା ଟେଟେ, ଟାଙ୍ଗୀ ତହସିଲଦାର ମିତାଲି ପାତ୍ର, ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ଟାଙ୍ଗୀ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ସତ୍ୟରଂଜନ ନନ୍ଦ, ଟାଙ୍ଗୀ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଭୂପେନ କୁମାର କର, ଜଙ୍କିଆ ମହୋତ୍ସବର ଉଦ୍ୟୋକ୍ତା ବିଶ୍ବଭୁଷଣ ଛୋଟରାୟ, ଟାଙ୍ଗୀ ବଳରାମଦେବ ବିଦ୍ୟାପୀଠର ପ୍ରଧାନଶିକ୍ଷକ ବିଶ୍ବଜିତ ପଲାଇ, ବିଦ୍ୟାଳୟ ସଭାପତି ଗଣେଶ ବାରିକ, ଟାଙ୍ଗୀ ଥାନା ଆଇଆଇସି ସୁଶାନ୍ତ କୁମାର ବେହେରା, ଚାନ୍ଦପୁର ଥାନା ଆଇଆଇସି ଜଗଦିଶ ଚନ୍ଦ୍ର କର, ସାମ୍ବାଦିକ ସଂଘ ସଂପାଦକ ମନୋଜ କୁମାର ପଟନାୟକ, ପ୍ରବକ୍ତା ସରୋଜ କୁମାର ପାଇକରାୟ ପ୍ରମୂଖ ଅତିଥି ଭାବେ ଯୋଗଦେଇଥିଲେ। ଉଦଘୋଷକ ଭାବେ ସାରା ଓଡ଼ିଶାରେ ଖ୍ୟାତି ଅର୍ଜନ କରିଥିବା ସତ୍ୟନାରାୟଣ ମହାପାତ୍ର ସାଂସ୍କୃତିକ ମଞ୍ଚ ପରିଚାଳନା କରିଥିଲେ।  ସଂଘ ର ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *