ପ୍ରବାଦପୁରୁଷ ମହାନ ଜନନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମଜୟନ୍ତୀ ପାଳିତ

ବିଜେପି ସରକାରର ହୀନ ରାଜନୀତିକୁ ନିନ୍ଦା
ଢେଙ୍କାନାଳ, ୦୫/୦୩/୨୦୨୫(ଓଡ଼ିଶା ସମାଚାର)- ପ୍ରବାଦପୁରୁଷ ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ ମହାସମାରୋହରେ ଢେଙ୍କାନାଳ ବିଜେଡି ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ଆୟୋଜିତ ହୋଇଯାଇଛି । ପ୍ରଥମେ ଗଣେଶ ବଜାର ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତୀରେ ସକାଳ ୮ ଘଙ୍କିକାରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଜ୍ଞାପନ କରିବା ସେଙ୍ଗ ସେଙ୍ଗ ସମବେତ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।

ପରେ ପରେ ସହରରେ ଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଥିଲା । ଦିବା ୧୧ ଘଟିକାରେ ପୂର୍ବତନ ବିଧାୟକ ସୁଧୀର ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶ୍ରୀ ସାମଲଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ବିଜୁ ବାବୁଙ୍କ ଜୟନ୍ତୀ ସଭା ଓ ଆଲୋଚନା ଚକ୍ର ସମୃଦ୍ଧ ଓଡିଶା ଗଠନରେ ବିଜୁ ବାବୁଙ୍କ ଅବଦାନ ବିଷୟରେ ଆଲୋଚନା ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଜିଲା ବିଜେଡି ଉପସଭାପତି ତଥା ସମବାୟବିତ୍ ସୁକାନ୍ତ ମିଶ୍ର ସଭାପତିତ୍ୱ କରିଥିଲେ । ବିଶିଷ୍ଟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଜିଲା କୃଷକ ମୋର୍ଚ୍ଚା ସଭାପତି ନରୋତମ ସାହୁ, ଜିଲା ମହିଳା ବିଜେଡି ସଭାନେତ୍ରୀ ସାଗରିକା ମିଶ୍ର, ଜିଲା ଆଇନ୍ ସେଲ୍ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ପାତ୍ର, ଜିଲା ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର, ସଦର ବ୍ଲକ୍ ସଭାପତି ବିଭୁ ପ୍ରସାଦ ଦେହୁରୀ, ଜିଲା ପରିଷଦ ସଦସ୍ୟ ଅଶୋକ କୁମାର ପରିଡା ଉପସ୍ଥିତ ରହି ବିଜୁ ବାବୁ ଭାରତବର୍ଷର ଗର୍ବ ଓ ଗୌରବ ଥିଲେ, ତାଙ୍କ ପରାକ୍ରମ ପଂଚାୟତ ବ୍ୟବସ୍ଥାକୁ ସୁଦୃଢ କରିବାରେ ବଳିଷ୍ଟ ଅବଦାନ, ନାରୀ ସଶକ୍ତିକରଣ ଓ ଓଡିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବାରେ ବହୁମୂଲ୍ୟ ଯୋଗଦାନ ସମସ୍ତଙ୍କୁ ପ୍ରେରଣା ଦେଇଛି ।

ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ସାଢେ ୪ କୋଟି ଜନତାଙ୍କ ହୃଦୟ ଜୟ କରି ଓଡିଶାବାସୀଙ୍କର ସେବା କରିବାର ସୁଯୋଗ ପାଇ ଜନ୍ମ ଠାରୁ ମୃତୁ୍ୟ ପର୍ଯ୍ୟନ୍ତ ଯୋଜନା କରି ଇତିହାସ ରଚି ଯାଇଛନ୍ତି । ଆଜିର ମହାନ୍ ଦିନରେ ସେ ମହାନ୍ ବ୍ୟକ୍ତିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପୁଣି ଥରେ ନବୀନ ପଟ୍ଟନାୟକଙ୍କ ଓଡିଶାର ଜନସାଧାରଣଙ୍କ ସେବା କରିବା ପାଇଁ ସଂଗଠିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ନେବା ନିମନ୍ତେ ଉପସ୍ଥିତ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଜିର ଦିନରେ ଏଭଳି ଜଣେ ମହାନ୍ ବ୍ୟକ୍ତିଙ୍କ ଜନ୍ମ ଜୟନ୍ତୀରେ ସରକାର ସ୍ତରରେ ପଂଚାୟତରାଜ ଦିବସ ଓ ଛୁଟି ଦିବସ ପାଳନ କରାଯାଉଥିବାବେଳେ ଏବେକାର ନୂତନ ବିଜେପି ସରକାର ପଂଚାୟତରାଜ ଦିବସ ଓ ଛୁଟି ଦିବସକୁ ବାତିଲ୍ କରିଦେବା ବିଜୁ ପଟ୍ଟନାୟକଙ୍କ ପ୍ରତି ଅସମ୍ମାନ । ଏହାକୁ ସଭାରେ ଦୃଢ ନିନ୍ଦା କରିବା ସେଙ୍ଗ ସେଙ୍ଗ ଏହାର ଉଚିତ୍ ଜବାବ ଓଡିଶାବାସୀ ଦେବେ ବୋଲି ସଭାରେ ବକ୍ତାମାନେ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ସଂପାଦକ ରଞ୍ଜନ ନାୟକ, ଗଙ୍ଗାଧର ରାଉତ, ମହିଳା ଉପସଭାନେତ୍ରୀ ଉର୍ବଶୀ ମହାପାତ୍ର, ଶ୍ରଦ୍ଧାଞ୍ଜଳି ସାହୁ, ଯୁବନେତା ଶ୍ରୀକାନ୍ତ ଧଳ, ଅଜୟ ଭଞ୍ଜ, ଟାଉନ୍ ଯୁବ ସଭାପତି ବ୍ରହ୍ମାନନ୍ଦ ରାଉତ, ସଦର ଯୁବ ସଭାପତି ଯେଶସ୍ ସାହୁ, କାଉନ୍ସିଲର ମହମ୍ମଦ ସାଗିର୍, ଲିପିକା ଦାସ ଓ ଦୀପ୍ତିରଞ୍ଜନ ସେଠୀ, ରାଜୁ ପାଣ୍ଡେ, ମାନସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲା ସାଧାରଣ ସଂପାଦକ ଦେବାଶିଷ ମିଶ୍ର ପରିଚାଳନା କରିଥିଲେ । ଶେଷରେ ଟାଉନ୍ ବିଜେଡି ସଭାପତି ବିନୋଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *