ବିଦେଶୀ ମଦ ଦୋକାନରେ ତାଲା ଠୁଙ୍କିଲେ ବିଧାୟକ
ଲକ୍ଷ୍ମୀପୁର ୨୭/୦୫/୨୦୨୫ (ଓଡିଶା ସମାଚାର) – ଲକ୍ଷ୍ମୀପୁର ବ୍ଲକ ସଦର ରେଲୱେ କଲୋନି ପାଖରେ ଥିବା ସରକାରୀ ସ୍ୱୀକୃତି ପ୍ରାପ୍ତ ଏକ ବିଦେଶୀ ମଦ ଦୋକାନକୁ ଲକ୍ଷ୍ମୀପୁର ବିଧାୟକ ତାଲା ଠୁଙ୍କିବା ପରେ ବିଭିନ ଆଡୁ ସମାଲୋଚନା କରାଯାଇଛି। ବିଧାୟକ ପବିତ୍ର ସାଉନ୍ତା ଗରିବ ଖଟି ଖିଆଙ୍କ ପରିବାର ଉଜୁଡି ଯାଉଥିବା କୁ ନେଇ ଏଇଭଳି ପଦକ୍ଷେପ ଗ୍ରହଣ କରିଥିବା ବେଳେ ବିଭିନ ଆଡୁ ବିଭିନ ପ୍ରଶ୍ନ ଏବେ ଛିଡା ହୋଇଛି।ଏନେଇ ଅଞ୍ଚଳ ର କିଛି ଲୋକ ତାଙ୍କର ଏଇ କାର୍ଯ୍ୟକୁ ସମର୍ଥନ କରୁଥିବା ବେଳେ କିଛି ଏହାକୁ ଏକ ରାଜନୀତି ଚାଲ ବୋଲି କହୁଛନ୍ତି।
ଏନେଇ ଆଜି ଲକ୍ଷ୍ମୀପୁର ବିଜେପି ଦଳ ଏକ ସାମ୍ବାଦିକ ସମିଳନୀ କରି ବିଧାୟକଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛି।ଏଥି ସହ ବିଧାୟକ ପ୍ରତ୍ୟେକ ମଦ ଦୋକାନକୁ ବଟି ମାଗୁଥିଲେ, ହେଲେ କୌଣସି ଦୋକାନୀ ବଟି ଦେବାକୁ ମନା କରିବାରୁ ବିଧାୟକ ଦୋକାନ ଗୁଡିକରେ ତାଲା ଠୁଙ୍କି ଥିବା ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଓ ମଣ୍ଡଳ ସଭାପତି ଅଜୟ ଖରା ଅଭିଯୋଗ ବଢିଛନ୍ତି।ଏଥି ସହ ଏଗାର ମାସ ଭିତରେ ତାଙ୍କ ସମ୍ପତି ବଢିଥିବାରୁ ଭିଜିଲାନ୍ସ ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି। ଅପର ପଟେ ତାଲା ପଡି ରହି ଥିବାରୁ ମଦ ଦୋକାନ ର କର୍ମଚାରୀ ମାନେ ନ୍ୟାୟ ଦାବି କରି ଦୋକାନ ସମ୍ମୁଖରେ ଧାରଣା ଦେଇ ବସି ରହିଥିବା ଦେଖିବାକୁ ମିଳିଛି।
ମଦ ଦୋକାନ ର ମ୍ୟାନେଜର ଅଖିଳେଶ ସିଂ କହିଛନ୍ତି କି ଯେଉଁ ପର୍ଯ୍ୟନ୍ତ ଦୋକାନ ଖୋଲିବା ସକାଶେ ପ୍ରଶାସନ ର ଅନୁମତି ମିଳିନାହିଁ ସେତେ ଦିନ ପର୍ଯ୍ୟନ୍ତ ସେମାନେ ଏମିତି ଦୋକାନ ସମ୍ମୁଖରେ ବସି ରହିଥିବେ। ଲକ୍ଷ୍ମୀପୁର ରେ ବିଦେଶୀ ମଦ ଦୋକାନ ସକାଶେ ରାଜ୍ୟ ସରକାର ଲାଇସେନ୍ସ ପ୍ରଦାନ କରିଥିଲେ । ଲାଇସେନ୍ସ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ମାସକୁ ସରକାର ରାଜସ୍ୱ ନେଉଛନ୍ତି । କିନ୍ତୁ ବିଧାୟକ ପବିତ୍ର ସାଉଁତା ଆଇନ କୁ ହାତକୁ ନେଇ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନକୁ ତାଲା ପକାଇବା କେତେ ଦୂର ଯଥାର୍ଥ। ବିଧାୟକ ମହାଶୟ ମାସକୁ ଲକ୍ଷା ଧିକ ଟଙ୍କା ମାଗୁଥିଲେ, ତାହା ନଦେବାରୁ ସେମାନଙ୍କ ସମର୍ଥକ ଙ୍କ ସହ ଆସି ତାଲା ପକାଇଛନ୍ତି ବୋଲି ମ୍ୟାନେଜର ଅଭିଯୋଗ କରିଛନ୍ତି। ବର୍ତମାନ ଏହି ଘଟଣା କୁ ନେଇ କୋରାପୁଟ ରାଜନୀତି ରେ ଜୁଆର ଉଠିଛି। ଆଗକୁ ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଏବେ ଦେଖିବାକୁ ରହିଲା ବାକି।
