ସଂଜୀବ ମେମୋରିଆଲ କ୍ରିକେଟ: ହରିପୁର ବିଜୟୀ

ନିରାକାରପୁର, ୦୬/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଲେଣ୍ଡୁ ଖେଳପଡିଆ ଲେଣ୍ଡୁ କ୍ରିକେଟ ଆସୋସିଏସନ୍ ତରଫରୁ ସଂଜୀବ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚ ହରିପୁର କ୍ରିକେଟ କ୍ଳବ୍ ଓ ଲେଣ୍ଡୁ କ୍ରିକେଟ କ୍ଳବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଟସ୍ ଜିଣି ହରିପୁର ଦକ ୧୨ ଓଭର ବିନିମୟରେ ୮୫ ରନ କରି ଥିଲା। ଲେଣ୍ଡୁ ଦକ ସମସ୍ତ ଉଇକେଟ ହରାଇ ୬୨ ରନ କରି ପରାଜୟ ହୋଇଛି। ଆଜିର ଖେଳକୁ ରିପୁନ୍ ମଙ୍ଗରାଜ ଓ ଜଗୁନ ସାମଲ ପରିଚାଳନା କରିଥିଲେ। ଆଜିର ଅତିଥି ଭାବେ ପ୍ରଧାନ ଏକ୍ସ କଲେକ୍ଟର ଦେବରାଜ ସେନାପତି, ସୁଶାନ୍ତ କୁମାର ବିଶ୍ଵାଳ ପ୍ରମୁଖ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ସେହିପରି ମୋହି ମଙ୍ଗରାଜ, ରୋଶନ ମଙ୍ଗରାଜ, ପଖନ୍ ପ୍ରଧାନ, ବବୁଲ ଖୁଣ୍ଟିଆ, ସୁମ ସ୍ବାଇଁ, ଓମ ବିଶ୍ଵାଳ, ଶକ୍ତି ମହାନ୍ତି,ପିପୁ ଛୋଟରାୟ , ବାବୁ ରାଉତରାୟ, ଶାନୁ ବିଶ୍ଵାଳ, ବୁଲେଟ ଭୀମ, ଶୋନୁ ହରିଚନ୍ଦନ ରାୟ ଓ ରାଜୁ ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *