ଜଗତସିଂହପୁର,୧୨/୦୬/୨୦୨୬ (ଓଡ଼ିଶା ସମାଚାର)-ଆଜି ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଓ ସଚେତନତା ପଦଯାତ୍ରା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଉଦଘାଟନ କରାଯାଇଅଛି । ଏହି ସଚେତନତା ରଥଟି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଥିଲା ।

ଉକ୍ତ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଦ୍ଵାରା ଜିଲ୍ଲା ର ସମସ୍ତ ବ୍ଲକ, ପୌରପାଳିକା, ବାଣିଜ୍ୟ ସଂସ୍ଥା ଓ ଜନ ବହୁଳ ସ୍ଥାନ ଗୁଡିକରେ ସଚେତନତା ସୃଷ୍ଟି କରିବା ସହିତ ଜଗତସିଂହପୁର ଜିଲ୍ଲାକୁ କିଭଳି ଶିଶୁ ଶ୍ରମିକ ମୁକ୍ତ କରାଯାଇପାରିବ ଏବଂ ଶିଶୁ ମାନଙ୍କର ଅଧିକାର, ଶିଶୁ ସୁରକ୍ଷା ଓ ଶିଶୁ ଶ୍ରମିକ ନିୟୋଜନ ରେ ଦଣ୍ଡବିଧାନ ନିମିତ ସାଧାରଣ ଜନମାନସରେ ସଚେତନତା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ବାବା ଆନନ୍ଦ ରଞ୍ଜନ ଦାସ, ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବର୍ତ୍ତନ) ଶ୍ରୀ ଶିବନାରାୟଣ ସାହୁ, ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ ) ଶ୍ରୀମତୀ ସ୍ମୃତିରେଖା ନାୟକ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ କାହ୍ନୁ ଚରଣ ରାଉତ, ଶ୍ରୀ ଶାନ୍ତନୁ କୁମାର ବ୍ରହ୍ମା, ଶ୍ରୀମତୀ ଅର୍ଚିତା ସାହୁ, ଶ୍ରୀ ଦେବାଶିଷ ମିଶ୍ର ଓ ଶ୍ରୀମତୀ ମହାଶ୍ଵେତା ସ୍ଵାଇଁ, ସହକାରୀ ଶ୍ରମ ଅଧିକାରୀ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜଗତସିଂହପୁର ଙ୍କ ସୌଜନ୍ୟ ରୁ
