ତୁଷାର ଚାରିଟେବଲ ଟ୍ରଷ୍ଟରୁ ୪୫ ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ବର ୩୦/୦୮/୨୦୨୫ (ଓଡ଼ିଶା ସମାଚାର)-  ୭୯ ତମ ସ୍ବାଧୀନତା ବର୍ଷ ପାଳନ ଅବସରରେ ତୁଷାର ଚାରିଟେବଲ ଟ୍ରଷ୍ଟ ତରଫରୁ  ସ୍ଥାନୀୟ ନୟାପଲ୍ଲୀ ଗଡ଼ସାହି ସ୍ଥିତ ତୁଷାର ଜିମ୍ ପରସରରେ ଏକ  ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୪୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ଶିବିରରେ ସମାଜସେବୀ ରାଜୀବ କୁମାର ପାତ୍ର ଓ ଆଇନଜୀବୀ ସତ୍ୟନାରୟଣ ଦାସ ଯୋଗଦେଇ ଆନୁଷ୍ଠାନିକ ଭାବରେ ଶିବିର ଉଦଘାଟନ କରିଥିଲେ।

ସମାଜସେବୀ ସତ୍ୟପ୍ରିୟ ବେହେରା, ନୟାପଲ୍ଲୀ ଥାନା ଆଇଆଇସି ସତ୍ୟବ୍ରତ ପ୍ରଧାନ, ବିଜେପି ନେତା ଜଗନ୍ନାଥ ପ୍ରଧାନ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଗୀତାଞ୍ଜଳୀ ସାହୁ, ଗୌତମ ବେହେରା ଓ ଜ୍ୟୋତି ପ୍ରକାଶ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ଟ୍ରଷ୍ଟର ସଭାପତି ଜିତେନ୍ଦ୍ର କୁମାର ଜେନା ଓ ସଂପାଦକ ବିବେକାନନ୍ଦ ବାରିକ ଶିବିର ପରିଚାଳନା କରିଥିଲେ।

ସଦସ୍ୟମାନଙ୍କ ମଧ୍ୟରୁ କେଦାର ପଟ୍ଟନାୟକ, ଆଶିଷ ପଟ୍ଟନାୟକ, ଅର୍ଜୁନ ବେହେରା, କାଳୀପ୍ରସାଦ ମିଶ୍ର, ଭଜମନ ମଲ୍ଲିକ, ଜୀବନ ସାମନ୍ତରାୟ, ସତ୍ୟବ୍ରତ ଜେନା, ରାଜେଶ ଜେନା, ବିଷ୍ଣୁ ସାହୁ, ଅରବିନ୍ଦ ବାରିକ, ବିଶ୍ବରଞ୍ଜନ ନାୟକ, ଶିବିର ପରିଡ଼ା, ଚିତ୍ତରଂଜନ ଦାସ, ସଂଜୟ କୁମାର ସାହୁ, ରାକେଶ ଜେନା, ବିଶ୍ବ ଲୋକନାଥ ପୃଷ୍ଟି, ଅଭିଲିପସା ପ୍ରିୟଦର୍ଶିନୀ, ସୌମେନ୍ଦ୍ର ଜେନା, ଉର୍ମିଳା ମିଶ୍ର, ଅଜିତ ପ୍ରସାଦ ସାହୁ, ରଶ୍ମିରଂଜନ ମୁଦୁଲି, ରାଣାପ୍ରତାପ ପାତ୍ର ଓ ରଶ୍ମିତା ମଲ୍ଲିକ ଶିବର ପରିଚାଳନାରେ ସହଯୋଗ କରିଥିଳେ। କେନ୍ଦ୍ରୀୟ ରେଡ଼କ୍ରସ ରକ୍ତକେନ୍ଦ୍ର, କଟକର ସହକର୍ମୀ ମାନେ ଶିବିରରୁ ରକ୍ତସଂଗ୍ରହ କରିଥିଲେ। ଅନୁଷ୍ଠାନର ସଦସ୍ୟ ଓ ସ୍ଥାନୀୟ ରକ୍ତଦାତାମାନେ ଶିବିରରେ ଆସି ରକ୍ତଦାନ କରିଥିଲେ। ପ୍ରଭଞ୍ଜନ ପାଣିଗ୍ରାହୀ ଓ ସନ୍ତୋଷ କୁମାର ସାହୁଙ୍କ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *