ସରକାରୀ ଓକିଲଙ୍କ ଦୁର୍ନୀତି ନିବାରଣ ଶପଥ ପାଠ

କେନ୍ଦ୍ରାପଡ଼ା, ୩୦/୧୦/୨୦୨୫(ଓଡ଼ିଶା ସମାଚାର)-ନ୍ଦ୍ରାପଡା ଜିଲା ଅଦଲତ ପରିସରରେ ଥିବା ପବ୍ଲିକ ପ୍ରସିକୁ୍ୟଟର ସୌଭାଗ୍ୟବତୀ ଅହଲ୍ୟାମଣୀ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଜିଲାର ସମସ୍ତ ସରକାରୀ ଓକିଲ ଦୁର୍ନୀତିମୁକ୍ତ ସେବା ଯୋଗାଇଦେବାକୁ ଶପଥ ଗ୍ରହଣ କରିଛନ୍ତି । ପବ୍ଲିକ ପ୍ରସିକୁ୍ୟଟର ଶ୍ରୀମତୀ ପଟ୍ଟନାୟକ ସମସ୍ତ ସରକାରୀ ଓକିଲମାନଙ୍କୁ ଏହି ଶପଥପାଠ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ପିପି ସଞ୍ଜୟ କୁମାର ଜେନା, ମୋନାଲିସା ବିଶ୍ୱାଳ, ସରୋଜ କୁମାର ମଲ୍ଲିକ, ସୁରେଶ ନାୟକ, ରମାକାନ୍ତ ସ୍ୱାଇଁ, ସହକାରୀ ନିର୍ଦେଶକ (ପ୍ରସିକୁ୍ୟସନ) ବିକ୍ରମ ସେଠୀ, ସ୍ୱତନ୍ତ୍ର ପିପି ମନୋଜ ସାହୁ, ସହକାରୀ ପିପି ସରୋଜ କୁମାର ଜେନା, ଅଜୟ କୁମାର ମହାନ୍ତି, ନିରଞ୍ଜନ ବଳ, ବ୍ରଜସୁନ୍ଦର ରାଉତ, ବୃନ୍ଦାବନ ନନ୍ଦ, ମୀର ଅଫସର ଅଲ୍ଲୀବକ୍ସ, ତମସା ପାତ୍ର, ରବି ଦାସ, ଭୀମସେନ ପ୍ରଧାନଙ୍କ ସମେତ ସମସ୍ତ ସରକାରୀ ଓକିଲ ମାନେ ଏଥିରେ ଯୋଗଦେଇ ମହକିଲମାନଙ୍କୁ ନିସ୍ୱାର୍ଥପର ଭାବରେ ସେବା ଯୋଗାଇଦେବାକୁ ଶପଥ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *