ସ୍ବଶକ୍ତି ଜାଗରଣ ସେବା ସସ୍ଥାନ ତରଫରୁ ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ବଣ୍ଟନ

ପୁରୀ, ୧୦/୭/୨୦୨୪ (ଓଡ଼ିଶା ସମାଚାର)- ଆଧ୍ୟାତ୍ମିକ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବଶକ୍ତି ଜାଗରଣ ସେବା ସସ୍ଥାନ, ବ୍ରହ୍ମପୁର ତରଫରୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପୁରୀ ବଡଦାଣ୍ଡରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରସାଦ ସଦୃଶ୍ୟ ଅର୍ନ୍ନ, ଖଟା, ଡାଲମା ଓ ମିଠା ହାଲୁଆ ଇତ୍ୟାଦି ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ଭକ୍ତ ଓ ଶ୍ରଦ୍ଧାଳୁ ଆନନ୍ଦର ସହିତ ପ୍ରସାଦ ସେବନ କରିବାର ଦେଖିବାକୁ ମିଳିଥିଲା। ପୂଜ୍ୟ ଗୁରୁଜୀ ଶ୍ରୀ ଶ୍ରୀ କ୍ରୀଷ୍ଣା ଭାୟାଜୀଙ୍କ ତତ୍ତ୍ବାବଧାନରେ କରାଯାଇଥିବା ଏହି ମହାନ କାର୍ୟ୍ୟରେ ଅଯୋଧ୍ୟାର ବୈଷ୍ଣ ଦାସ ମହାରାଜ, ବୃନ୍ଦାବନର ଶ୍ରୀ ଶ୍ରୀ ବିଶୁଦ୍ଧା ନନ୍ଦ ମହାରାଜଜୀ, ଶିବଚନ୍ଦ୍ର ନନ୍ଦ ମହାରାଜଜୀ, ଲଳିତା ନନ୍ଦ ମହାରାଜଜୀ, ପ୍ରେମାନନ୍ଦ ମହାରାଜ, ହରିଦାସ ମହାରାଜ ଓ ପ୍ରେମଦାସ ମହାରାଜ ପ୍ରମୁଖ ଅଂଶ ଗ୍ରହଣ କରି କାର୍ୟ୍ୟକ୍ରମ ଶୁଭାରମ୍ଭ କରିଥିଲେ।
ରଥଯାତ୍ରା ଅବସରରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଅର୍ନ୍ନଦାନ ସେବା ସହିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବାସ୍ଥ୍ୟସେବା ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା। ଏହି ସେବା କାର୍ୟ୍ୟକ୍ରମରେ ବିଶିଷ୍ଟ ମେଡିସିନ ଓ ହୃଦରୋଗ ବିଶେଷଜ୍ଞ ଡାକ୍ତର ଆଦିତ୍ୟ ନାରାୟଣ ଦାସ ଓ ଅନୁରାଧା ପଣ୍ଡା ଯୋଗଦେଇ ରୋଗୀ ସେବାରେ ନିୟୋଜିତ ଥିଲେ। ରୋଗୀସେବା କାର୍ୟ୍ୟରେ ଶୈଳେନ୍ଦ୍ର ଦାସ, ଗୌରୀ ଶଙ୍କର ପାତ୍ର, ମହେନ୍ଦ୍ର ଦଳେଇ, ସନ୍ଦୀପ ଦଳାଇ ପ୍ରମୁଖ ସହାୟତା କରିଥିଲେ।
ଏହି ଅବସରରେ ତିନି ରଥ ନିର୍ମାଣ କରିଥିବା ସମସ୍ତ ମହାରଣା ଓ ଚିତ୍ର କାରିଗରଙ୍କୁ ଗୁରୁଜୀଙ୍କ ତତ୍ତ୍ବାବଧାନରେ ବୃନ୍ଦାବନରୁ ଆସିଥିବା ମହାରାଜମାନଙ୍କ ଉପସ୍ଥିତିରେ ପୁରୀର ମାଧବ ଖୁଣ୍ଟିଆ, ପ୍ରିୟଦର୍ଶୀ ପଟ୍ଟନାୟକ ଓ ରମେଶ ବର୍ମାଙ୍କ ଦ୍ୱାରା ‘ରାଧେ ରାଧେ’ ଉପଢୌକନ ଓ ଉତ୍ତୋରିଣ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ୟ୍ୟକ୍ରମକୁ ସ୍ବଶକ୍ତି ଜାଗରଣ ସେବା ସସ୍ଥାନର ଶ୍ରୀହରି ଦାସ, ପ୍ରକାଶ ବେହେରା, ସନ୍ଦୀପ ପାଣିଗ୍ରାହୀ, ଦିପକ ପାଣିଗ୍ରାହୀ, ଗଣେଷ ପ୍ରଧାନ, ସନ୍ତୋଷ ମହାନ୍ତି, ଦ୍ୱାରିକା ମହାନ୍ତି, ଟୁନା ପାତ୍ର, ସାଇ ପାତ୍ର, ସମିର ମହାନ୍ତିଙ୍କ ସମେତ ସମସ୍ତ ଗୁରୁ ଭାଇ ଓ ଭଉଣୀ ଏବଂ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶର ଗୁରୁ ଭାଇ ଓ ଭଉଣୀ ଯୋଗଦାନ ପୁର୍ବକ ସୂଚାରୁ ରୂପେ ସଫଳତାର ସହ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *