ପ୍ରବଳ ଘଡଘଡି ସହ ବର୍ଷା: ରାସ୍ତାରେ ଗଛ ପଡ଼ି ଯାତାୟତ ଠପ୍

ବାଲିଗୁଡା,୦୬/୧୦/୨୫(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ବିଭିନ୍ନ ସ୍ଥାନରେ ପ୍ରାୟ ୨ ଘଣ୍ଟାକାଳ ପ୍ରବଳ ବର୍ଷା, ସହିତ ଘଡ଼ଘଡ଼ି ହେବାରୁ ବିଭିନ୍ନ ସ୍ଥାନରେ ବହୁ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ସେଥିମଧ୍ୟରୁ ଟିକାବାଲି ବ୍ଲକ୍ ଅନୁର୍ଗତ ବୁର୍ବୀନାଜୁ ଗ୍ରାମର ସ୍କୁଲର ପାଚେରି ଲାଗି ରହି‌ଥିବା ବଡ଼ ବିରାଟ ବରଗଛ ରାସ୍ତାରେ ଟଳି ପଡ଼ିଥ୍‌ଲା ।

ଯାହା ଫଳରେ ଟିକାବାଲି ଠାରୁ ପାବୁରିଆ  ଯାତାୟାତ କରିବା ପାଇଁ ପ୍ରାୟ ଦୁଇଘଣ୍ଟା ପର୍ଯ୍ୟନ୍ତ ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ ହୋଇ‌ଥିବା ଦେଖିବାକୁ ମିଳିଥିଲା। ବର୍ଷା ଓ ଘଡ଼ଘଡ଼ି ଗତିବିଧୂ କମିଲା ପରେ ବୁର୍ବୀନାଜୁ ଗ୍ରାମବାସୀ ମାନେ ଅଗ୍ନିଶମ କୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରେ ପଡ଼ିଥିବା ବିରାଟ ବରଗଛ କୁ କାଟି ରାସ୍ତାରୁ ହଟାଯାଇଥିଲା ।

ପରେ ପରେ ଯାତାୟାତ ସ୍ୱଭାବିକ ହୋଇପାରିଥିଲା ।ଏଥିରେ କିନ୍ତୁ କାହାର କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଏତଦ ବ୍ୟତୀତ ଟିକାବାଲି ପଞ୍ଚାୟତ ଅନ୍ତର୍ଗତ ଛତିଝାର ଗ୍ରାମର କୁମ୍ଭାର ସାହିରେ ଥୂବା ପଥର ଗାର୍ଡୱାଲ୍ ମଧ୍ୟ ଧୋଇ ଦେଇଥୁବାରୁ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ସୋଇଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *