Breaking News : ବ୍ରହ୍ମପୁରରେ  ପୁଲିସର ଏନ୍‌କାଉଣ୍ଟର

ଦୁର୍ଦ୍ଦାନ୍ତ ଅପରାଧୀ ଦୀପୁନା ନାୟକ ଆହତ

ବ୍ରହ୍ମପୁର / ଭୁବନେଶ୍ୱର ,୧୬/୦୫/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ବ୍ରହ୍ମପୁର ରେ ପୁଲିସର ଏନକାଉଣ୍ଟର । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦୀପୁନା ନାୟକ ଆହତ ହୋଇଛି । ହତ୍ୟା ମାମଲରେ ସମ୍ପୃ୍କ୍ତ  ଥିବା ଦୁର୍ଦ୍ଦାନ୍ତ ଅପରାଧୀ ଦୀପୁନା ଦୀର୍ଘଦିନ ଧରି  ପୁଲିସ ନଜରରେ  ରହିଥିଲା ।  ଦୀପୁନା ପୁଲିସ କୁ ଦେଖି  ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଏନକାଉଣ୍ଟର କରିଛି। ଆହତ ଦୀପୁନା କୁ ଏମକେସିଜି ମେଡ଼ିକାଲ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ପୁଲିସ ନଜରରେ ଦୀର୍ଘଦିନ ଧରି ରହିଥିଲା ଦୀପୁନା। ତେବେ ଦୀପୁନା ପୁଲିସକୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଏନକାଉଣ୍ଟର କରିଛି। ଦୀପୁନାଙ୍କୁ ସ୍ଥାନୀୟ ଏମକେସିଜିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ବ୍ରହ୍ମପୁର ସହର ଲାଞ୍ଜିପଲ୍ଲୀ ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ଦୀପୁନା ଉପରେ ପୁଲିସ ଦୀର୍ଘ ଦିନରୁ ନଜରରେ ରଖିଥିଲା। ଆଜି ଶନିବାର ଦୀପୁନା  ଓଭରବ୍ରିଜରୁ ଜଣେ ଯୁବକଙ୍କୁ ତଳକୁ ଠେଲି ଦେଇଥିଲା ।   ଦୀପୁନା  ନାମରେ ବିଭିନ୍ନ ଥାନାରେ ୧୨ରୁ ଅଧିକ ଅପରାଧିକ ମାମଲା ରହିଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ଝାରସୁଗୁଡ଼ାରେ ୨ଜଣ ଅପରାଧୀଙ୍କୁ ପୁଲିସ୍ ଏନକାଉଣ୍ଟର୍ କରିଥିଲା।

Leave a Reply

Your email address will not be published. Required fields are marked *