ବନ୍ୟା ଋତୁ ପାଇଁ କଟକଣା – ଜଳସମ୍ପଦ ବିଭାଗ ଛୁଟି ଉପରେ ଲାଗିଲା ରୋକ୍

ଭୁବନେଶ୍ୱର,୧୦/୦୬/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ବନ୍ୟା ଋତୁ ଏବଂ ମୌସୁମୀ ସମୟରେ ଜଳସମ୍ପଦ ବିଭାଗ ଅଧିକାରୀଙ୍କ ଛୁଟି ଉପରେ କଟକଣା ଲଗାଯାଇଛି । ବିନା ଅନୁମତିରେ ସେମାନେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ । ଜରୁରୀ ପରିସ୍ଥିତି ଏବଂ ବନ୍ୟା ମୁକାବିଲା ପାଇଁ ଏହି ନିଷ୍ପତି ନିଆଯାଇଛି । ଜଳ ସମ୍ପଦ ବିଭାଗର ଅଧିକାରୀଙ୍କ ପାଇଁ କଟକଣା ଲାଗୁ କରିଛନ୍ତି ସରକାର ।

ଜଳସମ୍ପଦ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ବନ୍ୟାଋତୁ ପୂର୍ବ ପ୍ରସ୍ତୁତି ସମୀକ୍ଷା ବୈଠକରେ ଏହି ନିଷ୍ପତିି ଗ୍ରହଣ କରାଯାଇଛି । କୌଣସି ଅଧିକାରୀ ବା କର୍ମଚାରୀ କର୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ । ବନ୍ୟା, ନଦୀବନ୍ଧ (ଘାଇ) ସୃଷ୍ଟି କିମ୍ବା ଅନ୍ୟାନ୍ୟ ଜରୁରୀ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସମସ୍ତ କର୍ମଚାରୀଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି ।୨୪ ଘଂଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ହେବ । ଅକ୍ଟୋବର ୩୧ ପର୍ଯ୍ୟନ୍ତ ବନ୍ୟା ନିୟନ୍ତ୍ରଣ କକ୍ଷ କାର୍ଯ୍ୟକାରୀ ହେବ । ଏହି କଟକଣା ୧ ଜୁନରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଳବତର ରହିବ । ଆଗାମୀ ବନ୍ୟା ଋତୁ ୨୦୨୬- ୨୭ ପାଇଁ ପୂର୍ବ ବନ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

Leave a Reply

Your email address will not be published. Required fields are marked *