ଜୁନାଗଡ଼,୨୦/୦୯/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଲୁଥିବା ସେବା ପକ୍ଷ ଅନ୍ତର୍ଗତ ଜୁନାଗଡ଼ରେ ଭାଜପା ପକ୍ଷରୁ ଜୁନାଗଡ଼ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ନଗର ସଭାପତି ଶ୍ରୀ ବିକ୍ରାନ୍ତ ପଟ୍ଟନାୟକଙ୍କ ଆୟୋଜନରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଦଳୀୟ କାର୍ୟ୍ୟକର୍ତ୍ତା ଷ୍ଟାଡିୟମର ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ଘାସ ବୁଦା, ଇନ୍ ଡୋର ହଲ ପାଖ ଗ୍ୟାଲେରୀ ପାର୍ଶ୍ୱରେ ଥିବା ମଇଳା ଏବଂ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପାଖର ଘାସ ବୁଦା ଅଲିଆ କୁ ପୁରାପୁରି ଭାବରେ ପରିଷ୍କାର ପରିଚ୍ଛନ୍ନ କରିଥିବାର ଦେଖିବାକୁ ମିଳିଛି । ଏ ଅଭିଯାନର ସଫେଇ କାର୍ୟ୍ୟକ୍ରମରେ ଜୁନାଗଡ଼ ଏନ ଏ ସି ର ସଫେଇ କର୍ମଚାରୀ ମଧ୍ୟ ସାମିଲ ହୋଇ ଥିଲେ ।
ଏ ସ୍ୱଚ୍ଛ ଭାରତ ଅଭିଯାନ କାର୍ୟ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ଜିଲ୍ଲା ଉପସଭାପତି ମୁକେଶ ଅଗ୍ରୱାଲ, ସଂପାଦକ ବି ଏମ ଏସ ଲିଗାଲ ସେଲ କଳାହାଣ୍ଡି ହିମାଂଶୁ ଶେଖର ବରାଡ ,ଅଜୟ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ସଭାପତି ଭବେନ୍ଦ୍ର ପଣ୍ଡା, ପୂର୍ବତନ ନଗର ପାଲ ସୁଧାଂଶୁ ବରାଡ଼, ସତ୍ୟନାରାୟଣ ପଣ୍ଡା,ଦୁଇ ପରିଷଦ ଶ୍ରୀମତି ମଞ୍ଜୁଲତା ସେଠି,ଶ୍ରୀମତି ମାଧବୀ ବାଗ,ପୂର୍ବତନ ଜିଲ୍ଲପରିଷଦ ସଭାନେତ୍ରୀ ଶ୍ରୀମତି ଶର୍ମିଷ୍ଠା ମେହେର, ନଗର ଉପସଭାପତି ବିଜୟ ଦଣ୍ଡସେନା, ପପୁ ବୈଠାରୁ, ନଗର ସାଧାରଣ ସମ୍ପାଦକ ଗଣେଶ ଗହୀର, ରଞ୍ଜନ ରାଉତ, ନଗର ଉପସଭାପତି ଶ୍ରୀମତୀ ରୀନା ଭାଟି,ନଗର ଯୁବମୋର୍ଚା ସୁରେଶ ବାଗ, ନଗର କୋଷାଧକ୍ଷ କୈଳାଶ ଖେମକା, ଜିଲ୍ଲା ମଣ୍ଡଳ ପ୍ରତିନିଧି ଶିବରାମ ରାଉତ, ମାଇନୋରୋଟୀ ସେଲ ସଭାପତି ମହମ୍ମଦ ସରିଫ,ମହିଳା ମୋର୍ଚ୍ଚା କର୍ମକର୍ତା, ବିପୁଳ ବଣିଆ, ମୀନକେତନ ରଣା, ମହେନ୍ଦ୍ର ଦଣ୍ଡସେନା, ନେତ୍ରାନନ୍ଦ ମହାନ୍ତି,ଦେବଦୁଲ୍ୟ କାର୍ୟ୍ୟକର୍ତା, ଜନସାଧାରଣ ଓ ସ୍ୱଚ୍ଛ ସାଥୀ ମାନେ ସମସ୍ତେ ଉପସ୍ଥିତ ରହି ଥିଲେ କ୍ଷ
