ଚାନ୍ଦିପୁରରୁ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୦/୦୬/୨୦୨୬ (ଓଡ଼ିଶା ସମାଚାର)- ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଲଂଚର ପ୍ୟାଡ-୩ରୁ କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଛି । ବୁଧବାର ଅପରାହ୍ନ ୩.୫୦ରେ ଏହି ଗୁରୁତ୍ୱପୂର୍ଣ୍ଣ ଉତ୍କ୍ଷେପଣ ହୋଇଥିଲା ।
କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଲଂଚ ପ୍ୟାଡ଼ରୁ ୧ରୁ ୩.୫ କିଲୋମିଟର ମଧ୍ୟରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ପ୍ରାୟ ୧୧ ହଜାର ୪୪୨ଜଣଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଇଥିଲା । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।
ସୂଚନାଯୋଗ୍ୟ, ଗତମାସ ଚାନ୍ଦିପୁରରୁ ଗର୍ଜିଥିଲା ‘ଅଗ୍ନି-୧’ । ଚାନ୍ଦିପୁର ସମନ୍ୱିତ ଟେଷ୍ଟ ରେଂଜରୁ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି-୧’ ର ସଫଳ ପରୀକ୍ଷଣ ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପରୀକ୍ଷଣ ହୋଇଥିଲା । ମିସାଇଲ ଟି ସମସ୍ତ ବୈଷୟିକ ମାନଦଣ୍ଡକୁ ପୂରଣ କରି ନିଜର ନିର୍ଦ୍ଧାରିତ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥିଲା ।

Leave a Reply

Your email address will not be published. Required fields are marked *