ଭୁବନେଶ୍ୱର,୧୦/୦୬/୨୦୨୬(ଓଡ଼ିଶା ସମାଚାର)- ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଚରମ ସୀମାରେ ପହଞ୍ଚିବା ଏବଂ ପୋଲିସର କାର୍ୟ୍ୟଦକ୍ଷତା ଉପରେ ଚାରିଆଡ଼ୁ ସମାଲୋଚନା ହେବା ପରେ ଶେଷରେ ରାଜ୍ୟ ପୋଲିସ ମୁଖ୍ୟାଳୟର ଚେତା ପଶିଛି । ବିଗତ କିଛି ମାସ ଧରି ରାଜ୍ୟରେ ବଢୁଥିବା ହିଂସା ଏବଂ ଅପରାଧୀଙ୍କ ଦୌରାତ୍ମ୍ୟକୁ ନେଇ ସରକାରଙ୍କ ଛାଟ ପଡ଼ିବା ପରେ ସ୍ଥିତି ସଜାଡ଼ିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ପୋଲିସ ଡିଜି ୱାଇ.ବି. ଖୁରାନିଆ ।
‘ବାର୍ଷିକ ବ୍ଲକ ନିରୀକ୍ଷଣ କାର୍ୟ୍ୟକ୍ରମ-୨୦୨୬’ ଅଧୀନରେ ଡିଜି ପାହ୍ୟାରୁ ଆରମ୍ଭ କରି ଆଇଜି ପାହ୍ୟା ପର୍ୟ୍ୟନ୍ତ ୧୫ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ୧୭ଟି ଜିଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଆସନ୍ତା ଜୁଲାଇ ମାସରୁ ଏହି ଅଧିକାରୀମାନେ ସମ୍ପୃକ୍ତ ଜିଲା ଗସ୍ତ କରି ଆଇନଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଏବଂ ଥାନାଗୁଡ଼ିକର କାର୍ୟ୍ୟକାରିତାର ସମୀକ୍ଷା କରିବେ।
ଏହି କ୍ରମରେ ବିନୟତୋଷ ମିଶ୍ର ଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲା, ସଂଜୀବ ପଣ୍ଡା ଙ୍କୁ କୋରାପୁଟ ଓ ରାୟଗଡ଼ା ଜିଲା , ସୌମେନ୍ଦ୍ର କୁମାର ପ୍ରିୟଦର୍ଶି ଜଗତସିଂହପୁର ଜିଲା,ଅରୁଣ ବୋଥ୍ରା ଅନୁଗୁଳ ଜିଲା, ସଂଜୟ କୁମାର ଙ୍କୁ ସମ୍ବଲପୁର ଜିଲା, ରାଜେଶ କୁମାର ଙ୍କୁ ନୟାଗଡ଼ ଜିଲା, ପ୍ରତୀକ ମହାନ୍ତି ଯାଜପୁର ଜିଲା,ଜତିନ୍ଦ୍ର କୋଏଲ ଙ୍କୁ କଳାହାଣ୍ଡି ଜିଲା,ଏସ ସାଇନୀ ଙ୍କୁ ବଲାଙ୍ଗୀର ଜିଲା , ଏସ ପ୍ରବୀଣ କୁମାର କନ୍ଧମାଳ ଜିଲା,ଗଜଭିୟେ ସତିଶ କୁମାର ଢ଼େଙ୍କାନାଳ ଜିଲା , ଡ଼ ଦୀପ୍ କୁମାର ମାଲକାନାଗିରି ଜିଲା, ଅନୁପ କୁମାର ସାହୁ ଙ୍କୁ ପୁରୀ ଜିଲା, ଅବିନାଶ କୁମାର ଙ୍କୁ ମୟୁରଭଂଜ ଜିଲା ଓ ଡ଼ ସାର୍ଥକ ଷଢ଼ଙ୍ଗୀଙ୍କୁ କେନ୍ଦ୍ରାପଡ଼ା ଜିଲା ଦାୟିତ୍ୱ ଦିଆଯାଇଛି ।
