ସିଦ୍ଧଳ ଶ୍ରୀ ଶ୍ରୀ ବଳଦେବଜୀଉ ଙ୍କ ପବିତ୍ର ବାହୁଡା଼ ଯାତ୍ରା ଶାନ୍ତି ଶୃଙ୍ଖଳା ର ସହିତ ସମାପନ

ଜଗତସିଂହପୁର,୧୫/୭/୨୦୨୪ (ଓଡ଼ିଶା ସମାଚାର)- ସିଦ୍ଧଳ ଠାରେ ଶ୍ରୀ ଶ୍ରୀ ବଳଦେବଜୀଉ ଙ୍କ ପବିତ୍ର ବାହୁଡା଼ ଯାତ୍ରା ଶାନ୍ତି ଶୃଙ୍ଖଳା ର ସହିତ ସମାପନ ହୋଇଛି। ଅପରାହ୍ନ ୩.୩୦ ସମୟରେ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ପହଣ୍ଡି କରାଯାଇଥିଲା। କାଳିକିଙ୍କର ଆଚାର୍ୟ୍ୟ ରଥରେ ଛେରାପଂହରା କାର୍ୟ୍ୟ ସମାପନ ପରେ ରଥଟଣା କାର୍ୟ୍ୟ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୬ଟାରେ ରଥ ବଳଦେବଜୀଉ ଙ୍କ ମନ୍ଦିର ନିକଟରେ ପହଞ୍ଚିଥିଲା। ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଯୋଗଦେଇ ଶ୍ରଦ୍ଧାଳୁ ଙ୍କୁ ଶୁଭେଚ୍ଛା ଜଣାଇ ଥିଲେ.। ଏହି କାର୍ୟ୍ୟକ୍ରମ ରେ ମନ୍ଦିର ପରିଚାଳନା ଟ୍ରଷ୍ଟି ର କର୍ମକର୍ତ୍ତା, ସରପଞ୍ଚ, ଜିଲ୍ଲା ସଂସ୍କୁତି ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ। ହଜ଼ାର ହଜାର ଶ୍ରଦ୍ଧାଳୁ ବାହୁଡା଼ ଯାତ୍ରା ରେ ଯୋଗଦେଇ ପ୍ରଭୁକୃପା ଲାଭ କରିଥିଲେ.।

Leave a Reply

Your email address will not be published. Required fields are marked *