ଯାଜପୁର, ୩୧/୮/୨୦୨୪ (ଓଡ଼ିଶା ସମାଚାର)-ଚଳିତ ବର୍ଷ ୨୦୨୪ ସେପ୍ଟେମ୍ବର ମାସରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପି. ଅନ୍ଵେଷା ରେଡ୍ଡୀ ଏବଂ ଅରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲଙ୍କ ଜିଲ୍ଲାସ୍ତରୀୟ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। ପାଇଁ କାର୍ୟ୍ୟସୂଚୀ ସ୍ତିରୀକୃତ ହୋଇଯାଇଅଛି । ଜନ ସାଧାରଣଙ୍କ ର ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକୁ ଜିଲ୍ଲାର ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଅଧିକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଆରକ୍ଷୀ ଅଧିକ୍ଷକ ମିଳିତ ଭାବେ ଅଭିଯୋଗ ଗୁଡିକର ତତ୍କାଳ ସମାଧାନ କରିବେ । ଚଳିତ ସେପ୍ଟେମ୍ବର ମାସରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଗୁଡିକର କାର୍ୟ୍ୟସୂଚୀ ଅନୁଯାୟୀ ତା ୦୨।୦୯।୨୦୨୪ ରିଖ (ସୋମବାର) ଜିଲ୍ଲାପରିଷଦ ସମ୍ମିଳନୀ ଗୃହ ରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି, ତା ୧୦।୦୯।୨୦୨୪ ରିଖ (ମଙ୍ଗଳବାର) ଧର୍ମଶାଳା ବ୍ଲକ କାର୍ୟ୍ୟ।ଳୟ ସମ୍ମିଳନୀ ଗୃହ, ତା ୧୭।୦୯।୨୦୨୪ ରିଖ (ମଙ୍ଗଳବାର) କେ. ଏନ. ଡି. ଏ ସମ୍ମିଳନୀ ଗୃହ, ତା ୨୩।୦୯।୨୦୨୪ ରିଖ (ସୋମବାର) ଦଶରଥପୁର ବ୍ଲକ କାର୍ୟ୍ୟ।ଳୟ ସମ୍ମିଳନୀ ଗୃହ ଏବଂ ତା ୩୦।୦୯।୨୦୨୪ ରିଖ (ସୋମବାର) ରେ ବରୀ ବ୍ଲକ କାର୍ୟ୍ୟ।ଳୟ ସମ୍ମିଳନୀ ଗୃହରେ ଯଥାକ୍ରମେ ପୂର୍ବାହ୍ନ ୧୦.୦୦ ଘଟିକା ସମୟରୁ ଅପରାହ୍ନ ଘ ୨.୦୦ ଟିକା ସମୟ ପର୍ୟ୍ୟନ୍ତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ଏଣୁ ଧର୍ମଶାଳା ବ୍ଲକ,କୋରେଇ ବ୍ଲକ, ଦଶରଥପୁର ବ୍ଲକ, ବରୀ ବ୍ଲକ ଏବଂ ଜିଲ୍ଲାର ଯେଉଁ ଜନସାଧାରଣଙ୍କ କୌଣସି ଆପତ୍ତି ଅଭିଯୋଗ ଥିଲେ ସେମାନେ ନିର୍ଦ୍ଧାରିତ ଦିବସ, ସମୟ ଓ ସ୍ଥାନରେ ଉପସ୍ଥିତ ରହି ସେମାନଙ୍କର ଆପତ୍ତି ଅଭିଯୋଗ ଗୁଡିକର ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସୂଚନା ଲୋକ ସମ୍ପର୍କ କାର୍ୟ୍ୟ।ଳୟ ପକ୍ଷରୁ ଜଣାଇ ଦିଆଗଲା ।
ସେପ୍ଟେମ୍ବର ୨୦୨୪ ମାସରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମ ସ୍ତିରିକୃତ ।
![](https://eodishasamachar.com/wp-content/uploads/2023/11/Bishesa.jpg)