କାଳବୈଶାଖୀରେ ଭାଙ୍ଗିଗଲା ସବୁ ଲାଇଟ୍ ପୋଷ୍ଟ, ଅନ୍ଧାରରେ ହଂସନାଥ ସେତୁ

କଟକ ସଦର, ୦୯/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପରମହଂସ ଠାରୁ ଵୈୟାଳିସ ମୈ।ଜା ଗୋବିନ୍ଦପୁର କୁ ସଂଯୋଗ କରୁଥିବା ହଂସନାଥ ସେତୁ ଉପରେ ଆବଶ୍ୟକତା ଅନୁସାରେ ସୋଲାର ଲାଇଟ୍ ପୋଷ୍ଟ ଲଗାଯାଇ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା।

ହେଲେ ସବୁଆଡେ ଏହି ଆଲୋକୀକରଣ ବ୍ୟବସ୍ଥା ଚାଲୁ ରହିଥିବା ବେଳେ ଏଠାରେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ କାଳବୈଶାଖୀ ବର୍ଷା ପବନରେ ଲାଇଟ୍ ପୋଷ୍ଟ ସବୁ ନଷ୍ଟଭ୍ରଷ୍ଟ ହୋଇଯାଇଛି। ସେହିପରି ଏଥିରେ ଲାଗିଥିବା ସୋଲାର ପ୍ଲେଟ୍ ଗୁଡ଼ିକ ସବୁ ଚୋରି ହୋଇଯାଇଥିବା ଜଣାପଡ଼ିଛି।ଏହା ଫଳରେ ପୋଲ ସମ୍ପୂର୍ଣ୍ଣ ଅନ୍ଧାର ରହି ଅସାମାଜିକ ମାନଙ୍କ ଆଡ୍ଡାସ୍ଥଳୀ ପାଲଟି ଥିବା ଅଭିଯୋଗ ହେଉଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *