ପରମହଂସ ମନ୍ଦିରର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ସାଂସଦ ଓ ବିଧାୟକ

ଉନ୍ନୟନରେ ବାଧକ ସାଜିଛନ୍ତି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି !

କଟକ ସଦର,୦୯/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ପୂର୍ବାଞ୍ଚଳରେ ତଥା କଟକ ସଦର ନିର୍ବାଚନମଣ୍ଡଳୀର ପରମହଂସ ଠାରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ପରମହଂସନାଥଙ୍କ ମନ୍ଦିରରେ ପୂର୍ବ ସରକାରଙ୍କ ସମୟରୁ ୫-ଟି ଅନୁଦାନ ରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ଅଗ୍ରଗତିର ତଦାରଖ ଓ ସମୀକ୍ଷା କରିଛନ୍ତି କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ ଓ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ।

ସେଥିରେ ଗତ ଅକ୍ଷୟ ତୃତୀୟା ପୂର୍ବଦିନ ରାତିରେ ଘଡଘଡି ପଡି କ୍ଷତିଗ୍ରସ୍ତ ହୋଇଥିବା ମନ୍ଦିରର ଦଧିନଉତି କାର୍ଯ୍ୟ କଛପ ଗତିରେ ଚାଲିଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏଥିସହିତ ମନ୍ଦିର ବେଢ଼ାରେ ନିର୍ମାଣ କରାଯାଇଥିବା କେତେକ ଗୃହ କାର୍ଯ୍ୟ ଅଧାପନ୍ତରିଆ ଭାବେ ପକାଇ ରଖାଯାଇଥିବାରୁ ଶ୍ରଦ୍ଧାଳୁ ଓ ସେବାୟତ ମାନଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖାଦେଇଛି। ସୂଚନା ମୁତାବକ ସମସ୍ତ ଙ୍କ ମତାମତ ଅନୁସାରେ ଆବଶ୍ୟକତା ଦୃଷ୍ଟିରୁ ନିର୍ମାଣାଧିନ ଉକ୍ତ ଘର ଗୁଡ଼ିକ କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ମାନଙ୍କ ପାଇଁ ଆଗେଇ ପାରୁନଥିବା ଅଭିଯୋଗ ହେଉଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *