ମହାଦେବ ପ୍ରଧାନଙ୍କ କବିତା ବହି “ପାହାନ୍ତି ଆକାଶ “ଲୋକାର୍ପିତ

ଭୁବନେଶ୍ୱର,୨୧/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବର୍ତ୍ତମାନ ଓଡ଼ିଆ କବିତାରେ ସମକାଳୀନତା ସହିତ ଶାଶ୍ୱତତା ରହିଛି ବୋଲି ବକ୍ତାମାନେ ପ୍ରକାଶ କରିଛନ୍ତି ।

ଭାରତୀୟ ବିଦ୍ୟା ଭବନରେ ଯୁବ କଵି ମହାଦେବ ପ୍ରଧାନଙ୍କ ପ୍ରଥମ ବହି “ପାହାନ୍ତି ଆକାଶ “ର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କଵି ଆଶୁତୋଷ ପରିଡା, ଖ୍ୟାତନାମା କଵି ମମତା ଦାଶ, ବିଶିଷ୍ଟ କଵି ସୂର୍ଯ୍ୟ ମିଶ୍ର ଓ ସାହିତ୍ୟିକା ଚିରଶ୍ରୀ ଇନ୍ଦ୍ରସିଂ ଉପସ୍ଥିତ ରହି କବିଙ୍କ ଉଜ୍ଜ୍ୱଳ ସାହିତ୍ୟିକ ଭବିଷ୍ୟତ କାମନା କରିଥିଲେ ।   ସୁମିତ ପଣ୍ଡା, ଦେବବ୍ରତ ଦାସ, ମନୀଷା ବିଶ୍ୱାଳ, ଜାହ୍ଣବୀ ଚୌଧୁରୀ, ସୁବ୍ରତ ସେନାପତି ଓ ସଂଗ୍ରାମ ମହାରଣା  ପୁସ୍ତକରୁ କବିତା ପାଠ କରିଥିଲେ ।

ପ୍ରକାଶକ, ବର୍ଷା ପବ୍ଲିକେସନ ବାଦଲ ମହାନ୍ତି ଓ କଵି ଶ୍ରୀ ପ୍ରଧାନ ମଧ୍ୟ ବକ୍ତବ୍ୟ ରଖିଥିଲେ । ବେଦ ପ୍ରକାଶ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *