ସମୀର ଟିଭିଏସରେ ୭୯ତମ ସ୍ୱାଧୀନତା ଦିବସ

କେନ୍ଦ୍ରାପଡ଼ା,୧୬/୦୮/୨୦୨୫ (ଓଡ଼ିଶା ସମାଚାର)-୭୯ ତମ ସ୍ୱାଧୀନତା ଦିବସ ସମୀର ଟି.ଭି.ଏସ୍ ରେ ଅନୁଷ୍ଠିତ ଖୁସି ଓ ଉଲ୍ଲାସର ଉତ୍ସବ ଭାବେ ପାଳିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦୁର୍ଯେ୍ୟାଧନ ରଥ, ସମାଜ ସେବୀ ଆଷିଶ ଲେଙ୍କା ଓ ସଦଭାବନା କ୍ଲବ ସଭାପତି ଅନାମ ଚନ୍ଦ୍ର ମହାନ୍ତି, ଅନାଥ ଲେଙ୍କା ପ୍ରମୁଖ ତାଙ୍କ ଶୁଭାସିତ ବାକ୍ୟରେ ସମୀର ଟି.ଭି.ଏସ୍ ର ସମସ୍ତ କର୍ମଚାରୀମାନଙ୍କୁ ସ୍ୱାଧୀନତା ଦିବସ ଉପରେ ବହୁ ଜ୍ଞାନ ପ୍ରଦାନ କରିଥିଲେ ।

ସମୀର ଟିଭିଏସରେ ସ୍ୱାଧୀନତା ଦିବସ ପାଳ ଅବସରରେ ଖୁସି ଓ ଆତ୍ମବିଭୋର ପରିବେଶକୁ ଦେଖି ପ୍ରଶଂସା କରିଥିଲେ । ସେମାନେ କହିଥିଲେ ଯେ ଏହା ସମିର ଟି.ଭି.ଏସ୍ ନୁହେଁ ଏକ ପରିବାର ଭଳି ମନେ ହେଉଛି । ପ୍ରୋପାଇଟର ସମୀର କୁମାର ଚାନ୍ଦ ସ୍ୱାଧୀନତା ଦିବସ ପାଳନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ଦୁର୍ଯ୍ୟଧନ ମହାରଣା, ଲକ୍ଷ୍ମକାନ୍ତ ବେହେରା, ଅନିଜା ଜେନା, ଶୁସାନ୍ତ କୁମାର ମହାନ୍ତି, ସେକ୍ ସରାଫତ୍, ସୁବାଷ ସ୍ୱାଇଁ, ସତ୍ୟବ୍ରତ ଦାସ, ନିକୁଞ୍ଜ ଶେଖର ନାୟକ, ବଳରାମ ସେଠୀଙ୍କ ସମେତ ସମସ୍ତ କର୍ମଚାରୀଗଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *