କଟକ ସଦର ଅଞ୍ଚଳରେ ଶ୍ରୀ ଭାଗବତ ଜନ୍ମୋତ୍ସବ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ

କଟକ ସଦର,୦୭/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପରମ ଶାସ୍ତ୍ର ଭାଗବତ, ଅଭ୍ୟାସ କରୁଥିଵ ନିତ୍ୟ। ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ,ପଦୁ ଗଳୁଛି ମକରନ୍ଦ। ଆଜି ରବିବାର। ପବିତ୍ର ଇନ୍ଦୁ ପୂର୍ଣ୍ଣମୀ। ଆଜିର ପବିତ୍ର ଦିନରେ ଅତିବଡ଼ି ଜଗନ୍ନାଥ ଦାସ ରଚନା କରିଥିବା ଭାଗବତ ପୁରାଣର ଜନ୍ମୋତ୍ସବ। ଭାଗବତ ଗ୍ରନ୍ଥ ପ୍ରତ୍ୟେକ ଓଡ଼ିଆଙ୍କ ସ୍ୱ।ଭିମାନ ଓ ଅସ୍ମିତା ର ପରିଚୟ।ଭାଗବତ ଓଡିଆ ଜାତିର ସାହିତ୍ୟିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜାଗରଣରେ ସହାୟକ ହୋଇଛି।

ଏଥିପାଇଁ ଆଜି କଟକ ସଦର ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ବିଶେଷ କରି ଜଗନ୍ନାଥ ଓ କୃଷ୍ଣ ଙ୍କ ମନ୍ଦିର ରେ ଦିଵା ଏକ ଘଣ୍ଟା ପୂର୍ବରୁ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭାଗବତ ଜନ୍ମୋତ୍ସବ ସହିତ ଭାଗବତ ପାଠ କରାଯାଇଥିବା ଜଣାପଡିଛି। ହେଲେ ଗ୍ରାମାଞ୍ଚଳ ର ଭାଗବତ ଟୁଙ୍ଗି ପୁନରୁଦ୍ଧାର ପାଇଁ ଆଜକୁ ୪ ବର୍ଷ ହେଲା ଆର୍ଥିକ ସହାୟତା ସରକାର ଙ୍କ ପକ୍ଷରୁ ବନ୍ଦ ହୋଇଯାଇଥିଵାରୁ ଆଉ ଟୁଙ୍ଗି ରୁ ଶୁଭୁନାହିଁ ଭାଗବତ କଥା ମୃତ। ସରକାର ଯଦି ପୁଣି ଟୁଙ୍ଗି ପୁନରୁଦ୍ଧାର ପାଇଁ ସହାୟତା ଯୋଗାଇ ଦିଅନ୍ତେ ତେବେ ଭାଗବତ ଟୁଙ୍ଗି କୁ ନେଇ ଗାଁରେ ପୁଣି ଥରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୁଅନ୍ତା।

Leave a Reply

Your email address will not be published. Required fields are marked *