ବିବାଦ ଗୁଡ଼ିକ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ ହୋଇ ପାରିଲେ ମାମଲା ସଂଖ୍ୟା ହ୍ରାସ ପାଇ ସାଧାରଣ ଲୋକେ ନ୍ୟାୟ ପାଇପାରିବେ

କଟକ, ୧୫/୧୨/୨୦୨୫ (ଓଡ଼ିଶା ସମାଚାର/ ଦେବାଶିଷ ରଥ)-  କଟକରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ । ସିଜିଆଇ ଭାବରେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଓଡିଶା ଗସ୍ତ କରିଛନ୍ତି ଚିଫ୍ ଜଷ୍ଟିସ ଅଫ ଇଣ୍ଡିଆ। ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ କଟକ ସହିଦ ଭବନ ଠାର ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର Symposium କାର୍ଯ୍ୟକ୍ରମରେ ଯୋଗଦେଲେ ଭାରତର ପ୍ରଧାନ ବିଚାରପତି ।  ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ, ମାମଲା ଖର୍ଚ୍ଚ ଏବଂ ବିଳମ୍ବ ହ୍ରାସ କରିବା ପାଇଁ ରଣନୀତି ବିଷୟବସ୍ତୁକୁ ନେଇ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସାଧାରଣ ନାଗରିକଙ୍କ ପାଇଁ ନ୍ୟାୟକୁ ଅଧିକ ସୁଗମ ଏବଂ ସୁଲଭ କରିବା ପାଇଁ ବ୍ୟବହାରିକ ରଣନୀତି ଉପରେ ଆଲୋଚନା କରିଥିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ।

କର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଲୋଚନା ଚକ୍ରକୁ ଉଦ୍ଘାଟନ କରି କହିଥିଲେ ଯେ ,  କଳା ଓ ସଂସ୍କୃତିର ରାଜ୍ୟ ହେଉଛି ଉତ୍କଳ। ଉତ୍କଳର ଐତିହ୍ୟ ମହାନ୍  ସାଂପ୍ରତିକ ଦେଶର ପରିସ୍ଥିତିରେ ଓଡିଶା ହାଇକୋର୍ଟ ବାର ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏଭଳି ଏକ ଆଲୋଚନା ଚକ୍ରର ବେଶ ଗୁରୁତ୍ବ ରହିଛି। ମାମଲା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଖର୍ଚ୍ଚ ବହୁଳ ହେଉଛି। ସାଧାରଣ ଲୋକ ନ୍ୟାୟ ପାଇବା କ୍ଷେତ୍ରରେ ବିଳମ୍ବ ଘଟୁଛି। ତେଣୁ ବିବାଦ ଗୁଡ଼ିକ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ ହୋଇ ପାରିଲେ ମାମଲା ସଂଖ୍ୟା ହ୍ରାସ ପାଇ ସାଧାରଣ ଲୋକେ ନ୍ୟାୟ ପାଇପାରିବେ। ଓଡିଶା ହାଇକୋର୍ଟର  ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ସମ୍ମାନନୀୟ ଅତିଥି, ବରିଷ୍ଠ ଆଇନଜୀବୀ ତଥା ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଓ ଶୀତାଂଶୁ ମୋହନ ଦ୍ଵିବେଦୀ ଅନ୍ୟତମ ଅତିଥି ଭାବରେ ଯୋଗଦେଇ କହିଲେ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ବିଚାର ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ଭାରତୀୟ ନ୍ୟାୟପାଳିକା ପ୍ରତି ସାଧାରଣ ଜନତାଙ୍କର ବିଶ୍ବାସ ରହିବା ଦରକାର। ଏହି କ୍ଷେତ୍ରରେ ବିଚାରପତିମାନଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ଅଧିକ ରହିଛି।  ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥାରେ ବିଚାର ବିଭାଗର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।  ମାମଲାଗୁଡିକ ଯଥାଶୀଘ୍ତ ଫଇସଲା ପାଇଁ ସବୁ ସ୍ତରରେ ଉଦ୍ୟମ ଉପରେ ଅତିଥିମାନେ ଗୁରୁତ୍ଵ ଆରୋପ କରିଥିଲେ।  ଏହି କାର୍ଯ୍ୟକ୍ରମରେ ୫୦ ବର୍ଷରୁ ଅଧିକ ସମୟ ଧରି ଆଇନବୃତ୍ତିରେ ନିୟୋଜିତ ଥିବା ବରିଷ୍ଠ ଆଇନଜୀବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।  ଏହା ବ୍ୟତୀତ ସର୍ବଭାରତୀୟ ବିଚାରପତି ବ୍ୟାଡମିଣ୍ଟନ ଚମ୍ପିୟାନସିପ ପ୍ରତିଯୋଗିତାରେ ବିଜେତା ଓ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।  ଏଥିସହିତ ଆଇନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଇନଜୀବୀ ସଞ୍ଜୟ କୁମାର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।  ଏହି କାର୍ଯ୍ୟକ୍ରମରେ ସମସ୍ତ ବିଚାରପତି , ବରିଷ୍ଠ ଆଇନଜୀବୀ ଓ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତ ହୋଇଥିଲେ।

Leave a Reply

Your email address will not be published. Required fields are marked *