ବଜ୍ରାଘାତରେ ଦିଅର ଭାଉଜ ମୃତ

ଢ଼େଙ୍କାନାଳ,୦୮/୦୬/୨୦୨୬ (ଓଡ଼ିଶା ସମାଚାର)- ବଜ୍ରାଘାତରେ ଦିଅର ଭାଉଜଙ୍କ ମୃତୁ୍ୟ ଘଟିଛି । ହିନ୍ଦୋଳ ବ୍ଳକ୍ ବାଉଁଶ ପୋଖରୀ ପଂଚାୟତ ବନ୍ଧାଭୂଇଁ ଗ୍ରାମରେ ବଜ୍ରାଘାତ ନେଲା ଏହି ଦୁଇ ଜୀବନ । ମୃତକ ହେଲେ ସୁବାସିନି ସାହୁ ଏବଂ ତାଙ୍କ ଦିଅର ଗଣେଶ୍ୱର ସାହୁ । ସୋମବାର ଅପରାହ୍ନ ପ୍ରାୟ ୪ଟା ବେଳେ ଉଭୟ ଘର ନିକଟରେ ଥିବା ଏକ ଆମ୍ବ ଗଛରୁ ଆମ୍ବ ଗୋଟାଉଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ଉଭୟ ଦିଅର ଭାଉଜଙ୍କୁ ହିନ୍ଦୋଳ ମେଡିକାଲରେ ଭର୍ତି କରିଥିଲେ ଗ୍ରାମବାସୀ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାକୁ ନେଇ ହିନ୍ଦୋଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *