୧୦ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୦୮/୦୬/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-କ୍ୟାବିନେଟ ରେ ସୋମବାର ୧୦ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । ୫
ବିଭାଗର ୧୦ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ରେ ଅନୁମୋଦନ ମିଳିଛି । ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଖୋର୍ଦ୍ଧାର କାଲିବେଟି ଶିଳ୍ପାଞ୍ଚଚଳରେ ମହିଳା ଶ୍ରମିକ ହଷ୍ଟେଲ ନିର୍ମାଣ କରାଯିବ ବୋଲି ନିଷ୍ପତିି ନିଆଯାଇଛି । ଏହାର ଟେଣ୍ଡର ପ୍ରକ୍ରିୟାକୁ ଅନୁମୋଦନ କରାଯାଇଛି । ଏହା ୨୧୦ କୋଟି ବ୍ୟୟରେ ନିର୍ମାଣ ହେବ ।

୪ ହଜାର ମହିଳା କର୍ମଚାରୀଙ୍କୁ ଏହା ସେବା ଯୋଗାଇବ । ୨ ବର୍ଷରେ ଏହାକୁ କାର୍ଯ୍ୟକ୍ଷମ କରାଯିବ । ସେହିପରି ୫୦୦ କୋଟି ବ୍ୟୟରେ ଜଳତଟ ବିକାଶ ଯୋଜନାକୁ ଅନୁମୋଦନ ମିଳିଛି । ସହରରେ ନଦୀତଟ ଓ ଜଳଭଣ୍ଡାରକୁ ପୁନର୍ଜୀବିତ କରିବା ଲକ୍ଷ୍ୟ ରଖାଯାଇଛି । ହିତାଧିକାରୀଙ୍କୁ ଷ୍ଟାମ୍ପ ଓ ରେଜିଷ୍ଟ୍ରେସନ ଶୁଳ୍କ ଛାଡ଼ କରାଯାଇଛି । ଦୟା- ଗଙ୍ଗୁଆର ସଙ୍ଗମ ସ୍ଥାନରେ ବର୍ଜ୍ୟ ଜଳ ବିଶୋଧନ କେନ୍ଦ୍ର ନିର୍ମାଣ ହେବ । ୫ ବର୍ଷ ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଟେଣ୍ଡର ପ୍ରକ୍ରିୟାକୁ ଅନୁମୋଦନ ଦିଆଯାଇଛି । ସେହିପରି ଦୟାନଦୀ ଓ ଗଙ୍ଗୁଆ ନାଳର ପାଣିର ଗୁଣବତାକୁ ପୁନରୁଦ୍ଧାର କରିବା ଲକ୍ଷ୍ୟ ରଖାଯାଇଛି ।

ଏହାସହ ଐତିହାସିକ ଯୋଜନା ‘ଆତିଥ୍ୟ ଭିତିିଭୂମି ପାଇଁ ଭୂମି ବ୍ୟାଙ୍କ’କୁ ମଞ୍ଜୁରୀ ମିଳିଛି । ୫୫୦୦ ଏକର ଜମି ଚିହ୍ନଟ ହୋଇ ପର୍ଯ୍ୟଟନ ଭୂମି ବ୍ୟାଙ୍କରେ ସାମିଲ କରାଯିବ । ଏହି ଯୋଜନାରେ ୫ ବର୍ଷରେ ୧୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସମ୍ବଲପୁରର ଅଯୋଧ୍ୟା ସାଗର ୱେୟାର ମରାମତି ଓ ପୁନରୁଦ୍ଧାର ହେବ । ଏଥିପାଇଁ ୪୪୦ କୋଟି ଟଙ୍କା ଖର୍ଚ୍ଚ ହେବ । ୩୦ ମାସରେ କାର୍ଯ୍ୟ ସାରିବାକୁ ନିର୍ଦେଶ ଦିଆଯାଇଛି । ବୃତଙ୍ଗ ପ୍ରକଳ୍ପରେ ନୟାଗଡ଼ ମଞ୍ଜରୀ ଗାଁ ନିକଟରେ ମାଟିବନ୍ଧ ନିର୍ମାଣ ହେବ । ଏଥିପାଇଁ ୧୯୪ କୋଟି ବ୍ୟୟବରାଦ କରାଯାଇଛି । ଶିଳ୍ପ ନୀତି-୨୦୨୨ର ସଂଶୋଧନକୁ କ୍ୟାବିନେଟ ଅନୁମୋଦନ କରାଯାଇଛି ।

Leave a Reply

Your email address will not be published. Required fields are marked *