ବାମା ମାଡ଼ରେ ଜଣେ ଆହତ

ଦିଗପହଣ୍ଡି,୨୬/୧୦/୨୦୨୪ (ଓଡ଼ିଶା ସମାଚାର)-ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତାରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀ ଶାଖା କାର୍ଯ୍ୟାଳୟ ଏବଂ ଜିମ୍‌ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୭ ଟାରେ ୨ଜଣ ଅଜଣା ଦୁର୍ବୃତ୍ତ ଏକ ବୁଲେଟରେ ଆସି ଜଣେ ଯୁବକଙ୍କୁ ଲକ୍ଷ୍ୟ କରି ଲଗାତାର ୨ଟି ବାମା ଫିଙ୍ଗି ଥିଲେ। ଯୁବକ ଜଣକ ଦୌଡ଼ି ପଳାଇବାରୁ ତାଙ୍କର କୌଣସି କ୍ଷତି ହୋଇନାହିଁ। କିନ୍ତୁ ରାସ୍ତାକଡରେ ଥିବା ଦିଗପହଣ୍ଡି ବଡ଼ବ୍ରାହ୍ମଣ ସାହିର ହିମାଂଶୁ ମହାରଣାଙ୍କ ଥର୍‌ ଜିପ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ବୋମା ଫୁଟିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଖବର ପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋମା ଟୁକୁରା, ବୋମାରେ ବ୍ୟବହୃତ ଲୁହା କଣ୍ଟା, ଲୁହା ବଲ୍ସ, ଗୋଡ଼ି ଆଦି ଜବତ କରି ତଦନ୍ତ ଆରମ୍ଭ କରିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *