ଆନ୍ତର୍ଜାତିକ  ପର୍ଯ୍ୟାବରଣ ଦିବସ  

 ବଡ଼ବିଲ,୦୫/୦୬/୨୦୨୬ (ଓଡ଼ିଶା ସମାଚାର)-  କେନ୍ଦୁଝର ଜିଲ୍ଲା  ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ  ଟଣ୍ଟ ସ୍ଥିତ  ନର୍ଭେରାମ ପାୱାର ଆଣ୍ଡ ଷ୍ଟିଲ ପ୍ରାଇଭେଟ ଲିମିଟେଡ ର  ରଇଡା (୨) ଆଇରନ ଓର ମାଇନ୍ସ ରେ  ଆନ୍ତର୍ଜାତିକ  ପର୍ଯ୍ୟାବରଣ ଦିବସ  । ଏହି ଅବସରର ରେ ଭଦ୍ରାସାହି ସରପଞ୍ଚ ପ୍ରମିଳା ନାଏକ ପ୍ରଥମେ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ।

କମ୍ପାନୀର ବରିଷ୍ଠ ଉପସଭାପତିଙ୍କ ସଦାନନ୍ଦ ରଣାଙ୍କ ନେତୃତ୍ୱ ରେ  କମ୍ପାନୀର ଖଣି ପ୍ରବନ୍ଧକ ପ୍ରଶାନ୍ତ ମହାନ୍ତି, ପର୍ଯ୍ୟାବରଣ ପ୍ରବନ୍ଧକ ଘନଶ୍ୟମ ବେରା, ମାନବ ସମ୍ବଳ ମୁଖ୍ୟ ସରୋଜ ନାଏକ ,ଭୂତତ୍ତ୍ୱ ବିଭାଗ ପ୍ରବନ୍ଧକ ଅତନୁ ବନ୍ଦୋପଧାୟ ,ବିଦ୍ୟୁତ୍ ବିଭାଗ ମୁଖ୍ୟ ଚନ୍ଦନ ଆଚାର୍ଯ୍ୟ,ଅର୍ଥ ବିଭାଗ ର ଦିନେଶ ରାଜ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କମ୍ପାନୀର ସାମାଜିକ ଦାୟିତ୍ୱ ବିଭାଗ ମୁଖ୍ୟ ପ୍ରଶାନ୍ତ ମହାନ୍ତି ଙ୍କ ନେତୃତ୍ୱ ରେ ନିକଟସ୍ଥ ଗ୍ରାମ ର ଶତାଧିକ ମହିଳା ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ଲାଷ୍ଟିକ ବ୍ୟବହାର କୁ ବର୍ଜନ କରିବା ପାଇଁ ସମସ୍ତେ ସଂକଳ୍ପ ନେଲେ । ଝୋଟ ନିର୍ମିତ ବ୍ୟାଗ୍ ଏହି ଅବସରରେ  ସୁଚାଙ୍କ ଭାବରେ ସମସ୍ତଙ୍କୁ ବିତରଣ କରା ଯାଇଥିଲା । ଗ୍ରାମବାସୀ ମାନଙ୍କୁ ପର୍ଯ୍ୟାବରଣ ସଚେତନତା ପାଇଁ ବୃକ୍ଷ ବଣ୍ଟନ କରା ଯାଇଥିଲା ।

Leave a Reply

Your email address will not be published. Required fields are marked *