ସାଲେପୁର, ୩୧/୦୫/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା)-ପୁରୁଣାହାଟ ପଞ୍ଚାୟତ ଅନ୍ତର୍ଗତ ସୋଗଲ ଗ୍ରାମସ୍ଥିତ ମା’ ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ୧୪ତମ ବାର୍ଷିକ ନାଟକ ମହୋତ୍ସବ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଗ୍ରାମବାସୀଙ୍କ ସହଯୋଗ ଓ ସମର୍ପଣରେ ଦୁଇ ରାତି ଧରି ଏହି ନାଟକ ଅନୁଷ୍ଠିତ ହୋଇଥିଲା। ନାଟ୍ୟ ନିର୍ଦ୍ଦେଶକ ଦିବାକର ବିଶ୍ୱାଳଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହୋଇଥିବା ନାଟକ କୁ ଦେଖିବା ପାଇଁ ସୋଗଲ ସମେତ ପାଖପାଖି ଗ୍ରାମର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
ନାଟକ ମାଧ୍ୟମରେ ଲୋକ କଥା, ନୀତିଶିକ୍ଷା ଓ ସାମାଜିକ ସଚେତନତାକୁ ମଞ୍ଚକୁ ଆଣିବାର ପ୍ରୟାସ ବେଶ ପ୍ରଶଂସା ସାଉଁଟିଥିଲା । “କେବଳ ମଞ୍ଚ ନୁହେଁ, ଏହା ଗ୍ରାମର କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବାର ଗୋଟିଏ ଛୋଟ ପ୍ରୟାସ,” ବୋଲି ନିର୍ଦ୍ଦେଶକ ଦିବାକର ବରାଳ କହିଛନ୍ତି। ଏହି ନାଟକ ଅନୁଷ୍ଠାନକୁ ସଫଳ କରିବାରେ ବାଙ୍କବିହାରୀ ସାହୁ, ମିହିରକାନ୍ତ ଚଇନି, ପବିତ୍ର ଭୂୟାଁ, ଆଲୋକ ନନ୍ଦ, ସନ୍ତୋଷ ଦାସ,ପ୍ରମୋଦ ଚଇନି, ଅଜୟ କୁମାର ଚଇନି, ପ୍ରମୁଖଙ୍କ ସକ୍ରିୟ ସହଯୋଗ ରହିଥିଲା। ଗ୍ରାମବାସୀଙ୍କ ସାମୂହିକ ଉଦ୍ୟମରେ ଏଭଳି ସାଂସ୍କୃତିକ ପରମ୍ପରା ଆଗକୁ ମଧ୍ୟ ଜୀବନ୍ତ ରହିବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।
