ପାଟକୁରା,୧୬/୧୦/୨୦୨୬ (ଓଡିଶା ସମାଚାର )- ଗରଦପୁର ବ୍ଳକ ଅଧିନ ପଦ୍ମପୁର ଗ୍ରାମପଞ୍ଚାୟତ ର ବିଚଣା ଗ୍ରାମରେ ପାଟକୁରା ଅଂଚଳର ବିଭିନ୍ନ ପଞ୍ଚାୟତରୁ ବହୁ ବୁଦ୍ଧିଜୀବିଙ୍କୁ ନେଇ ବୁଧବାର ଦିନ ଏକ ବୈଠକ ବସିଥିଲା । ଅନେକ ଆଲୋଚନା ପରେ ଏକ ଅଣରାଜନୈତିକ ମଞ୍ଚ ଗଠନର ଆବଶ୍ୟକତା ଅନୁଭବ କରାଯାଇଥିଲା ।
ପ୍ରସ୍ତାବିତ ଏହି ମଞ୍ଚଟି ପାଟକୁରା ବୁଦ୍ଧିଜୀବି ମହାମଞ୍ଚ ନାମରେ ସଙ୍ଗଠିତ ହୋଇ ପାଟକୁରାର ଗରିବ, ଖଟିଖିଆ, କୃଷକ, ଶ୍ରମିକ ତଥା ସ୍ୱଳ୍ପ ଆୟକାରୀ ମଣିଷର ଶାଣିତ ସ୍ୱର ଭାବରେ ଆତ୍ମ ପ୍ରକାଶ କରିବବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ବିଶିଷ୍ଠ ସମାଜସେବୀ ଭଗବାନ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହିବୈଠକରେ ଅମିୟ ପରିଜା,ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ସିଂ, ମହେନ୍ଦ୍ର ଦାସ, ପୂର୍ବତନ ସରପଞ୍ଚ ଗୋପାଳ ସାହୁ, ସମାଜସେବୀ ଭୂବନ ମୋହନ ଜେନା,ପୂର୍ବତନ ସରପଞ୍ଚ ସୂର୍ଯ୍ୟମଣି ସେଠୀ, ନିରଂଜନ ମହାନ୍ତି,ପୂର୍ବତନ ସମିତି ସଭ୍ୟ ପଦ୍ମନାଭ ମହାନ୍ତି, ରବିନ୍ଦ୍ର ନାଥ ସାହୁ, ମନୋଜ କୁମାର ମହାପାତ୍ର, ଶେଖ ମମତାଜ୍ ଅଲୀ, ପ୍ରତାପ କୁମାର ପାଣି,ଅକ୍ଷୟ ଷଡ଼ଙ୍ଗୀ, କୁଷଚନ୍ଦ୍ର ପଟ୍ଟନାୟକ, ବସନ୍ତ ସ୍ୱାଇଁ, ଧିରେନ ମହାରାଜ, ଲକ୍ଷ୍ମଣ ପଟ୍ଟନାୟକ, ତ୍ରୈଲୋକନାଥ ନାୟକ, ବରଦା ପ୍ରସନ୍ନ କର, ପୂର୍ବତନ ସମିତି ସଭ୍ୟ ନୃସିଂହ ଚରଣ ସାମଲ, ଭଗବାନ ଧଳ, ଦିଲ୍ଲୀପ କୁମାର ଦାସ, ସରୋଜ କାନ୍ତ ଦାସ, ନିର୍ମଳ କୁମାର ଜେନା ପ୍ରମୁଖ ମହାମଞ୍ଚ ଗଠନ ସମ୍ପର୍କରେ ସେମାନଙ୍କ ସୁନିଚିନ୍ତ ମତ ବ୍ୟକ୍ତ କରିଥିଲେ । ଭଗବାନ ଜେନାଙ୍କୁ ସର୍ବସମ୍ମତକ୍ରମେ ପାଟକୁରା ବୁଦ୍ଧିଜୀବି ମହାମଞ୍ଚର ସଭାପତି ଭାବେ ମନୋନୀତ କରାଗଲା । ଅଂଚଳର ଅନେକ ବୁଦ୍ଧିଜୀବି ଉପସ୍ଥିତ ଥିଲେ।
