ଜଗତସିଂହପୁର,୧୭/୧୦/୨୦୨୬(ଓଡ଼ିଶା ସମାଚାର)- ଜଗତସିଂହପୁର ପୌରପରିଷଦ ଅନ୍ତର୍ଗତ ଜୟବଡ ସ୍ଥିତ ସାଇଜ୍ଞାନ ପ୍ଲେ ସ୍କୁଲରେ ଶାରଦୀୟ ଉତ୍ସବ ପାଳିତ ହୋଇଯାଇଅଛି । ଅଧକ୍ଷ୍ୟା ପ୍ରଜ୍ଞାପାରମିତା ଚୌଧୁରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦୁର୍ଗା ବେଶରେ ସ୍ରେୟାଂଶି ଜେନା, ସରସ୍ୱତୀ ବେଶରେ ସାନଭି ସାତଭିକା ସାହୁ, ଲକ୍ଷ୍ମୀ ବେଶରେ ସମିକ୍ଷା ସ୍ୱାଗତିକା, ଗଣେଶ ବେଶରେ ସ୍ୱୟଂ ସିଦ୍ଧାର୍ଥ, କାର୍ତିକ ବେଶରେ ଆଶୁତୋଷ ମହାରଣା ଏବଂ ନବ ଦୁର୍ଗା ବେଶରେ ଆରାଧ୍ୟା ସାମଲ, ଡି. ସ୍ରେୟାଂସି, ଦେବାଂଶି ମହାନ୍ତି, ଅଂସିତା ବିଶୋଇ, ସାଇରା ସିର୍ଜା, ପ୍ରତିକ୍ଷା ନନ୍ଦୀ, ସ୍ୱୟଂଶ୍ରଦ୍ଧା ମହାପାତ୍ର, ଚିତ୍ରାଂସି ରାଉତରାୟ, ସ୍ୱୟଂ ସମ୍ପୂର୍ଣ୍ଣା ଦାସ, ସ୍ନେହାଶ୍ରୀ ଦାସ, ପ୍ରତିକ୍ଷା ସ୍ୱାଇଁ, ଜନତ ଜହୁର ଖାନ, ଏ.ଆର. କାରୁବାକି ପ୍ରମୁଖ ସୁନ୍ଦର ବେଶ ହୋଇ ଉତ୍ସବ ପାଳନ କରିଥିଲେ । ଶିକ୍ଷୟତ୍ରୀ ପ୍ରାଚୀ ପଟ୍ଟନାୟକ, ଲିପ୍ସା ମହାନ୍ତି, ସୋନମ ପ୍ରିୟଦର୍ଶିନୀ, ଶକ୍ତି ସ୍ୱରୂପା, ଶ୍ରୀଲେଖା ପାଢୀ ଓ ଶୁସ୍ରୀ ସଙ୍ଗୀତା, ସୌଭାଗ୍ୟଲକ୍ଷ୍ମୀ ପାତ୍ର ଓ ସହାୟୀକା ସୁଜାତା ନନ୍ଦୀ ପ୍ରମୁଖ ସହଯୋଗ କରିଥିଲେ ।
