ଜଗତସିଂହପୁର,୧୭/୧୦/୨୦୨୬(ଓଡ଼ିଶା ସମାଚାର)- ଜଗତସିଂହପୁର ବ୍ଲକ ଅନ୍ତର୍ଗତ କାଦୁଅପଡାସ୍ଥିତ ଗାଦିବ୍ରମ୍ହ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଛାତ୍ର ଆଇନ ସାକ୍ଷରତା କ୍ଲବରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକର ତରଫରୁ ଆଇନ ସାକ୍ଷରତା କ୍ଲବ ଏବଂ ଜାତୀୟ ଆଇନ ସେବା ପ୍ରାଧିକରଣର ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ବିପର୍ଯ୍ୟୟ ପୀଡ଼ିତଙ୍କୁ ଆଇନଗତ ସେବା ଯୋଜନା, ୨୦୧୦ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ବରିଷ୍ଠ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସ୍ଵାଗତ ଭାଷଣ ଦେଇଥିଲେ ।
ଏହା ପରେ ଆଇନ ସେବା ପ୍ରାଧିକରଣ ସଚିବ ଏହି କାର୍ଯ୍ୟକ୍ରମର ଆଭିମୁଖ୍ଯ ବିଷୟରେ ଆଲୋଚନା କରିବା ସହ ବିଦ୍ୟାଳୟରେ ଆଇନ ସାକ୍ଷରତା କ୍ଲବ କିପରି କାର୍ଯ୍ୟ କରିଥାଏ ଏବଂ ବିଦ୍ୟାର୍ଥୀଙ୍କ ଜରିଆରେ ତୃଣ ମୂଳ ସ୍ତରରେ କିପରି ଆଇନ ସାକ୍ଷରତା ସ୍ତୃଷ୍ଟି କରିହେବ ଏହି ବିଷୟରେ ଆଲୋଚନା କରିବା ସହ ପ୍ରାକୃତିକ ବିପର୍ଜୟର ଶିକାର ହେଉଥିବା ବ୍ୟକ୍ତିଙ୍କୁ କିପରି ଆଇନ ସେବା ଦିଆଯାଇପାରିବ ଏହି ବିଷୟରେ ସଚିବ ବିସ୍ତ୍ରୁତ ଭାବେ ସଚେତନ କରାଇଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
